(ମହାଭାରତ):
ଆବଶ୍ୟକ ସାମଗ୍ରୀ: ମୁଗ ଡାଲି,ସିଝା ଆଳୁ, ବ୍ରେଡ କ୍ରମ୍ ,କଟା ଧନିଆପତ୍ର,ଧନିଆ ଗୁଣ୍ଡ , ଲଙ୍କା ଗୁଣ୍ଡ,ଗରମ ମସଲା ,ହେଙ୍ଗୁ,କଟା ଅଦା କଞ୍ଚାଲଙ୍କା,ସ୍ୱାଦ ଅନୁସାରେ ଲୁଣ ଓ ତେଲ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗୋଟିଏ ପାତ୍ରରେ ସିଝା ଆଳୁ,ମୁଗ ଡାଲି,ଲଙ୍କା ଗୁଣ୍ଡ,ଲୁଣ ଗରମ ମସଲା,କଟା ଅଦା, ଧନିଆ ପତ୍ର ,ଧନିଆ ପାଉଡର,ହେଙ୍ଗୁ ଓ କଟା କଞ୍ଚା ଲଙ୍କା ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ଗୋଲ ଗୋଲ କରି ବ୍ରେଡ କ୍ରମ୍ସରେ ଏପଟ ସେପଟ କରି ରଖନ୍ତୁ । ଏବେ ଏକ କଡେଇରେ ତେଲ ଗରମ କରନ୍ତୁ । ତେଲ ଗରମ ହୋଇଗଲା ପରେ ମିଶ୍ରଣରୁ ପ୍ରସ୍ତୁତ କଟଲେଟ ଗୁଡିକୁ ଛାଣନ୍ତୁ । ଦୁଇପଟ ଲାଲ୍ ହୋଇଗଲେ ଏହାକୁ ପ୍ଲେଟକୁ କାଢିଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ‘ମୁଗଡାଲି କଟଲେଟ୍’ । ଏହାକୁ ପୋଦିନା ଚଟଣୀ କିମ୍ବା ସସ୍ ସହିତ ପରଷନ୍ତୁ ।
previous post
next post