(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ଜିଲ୍ଲା କୁଡୁମୁଲୁଗୁମ୍ମା ଅଚଂଳରେ କିଛି ଦିନ ତଳେ ହୋଇଥିବା ପ୍ରବଳ ବେଗରେ ବର୍ଷା ଯୋୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାର ପ୍ରଭାବରେ ନୁଆଗୁଡା ପ୍ରାଥମିକ ସ୍କୁଲ ନିକଟରେ ବଡ ଘାଇ ସୃଷ୍ଟି ହୋଇଛି । ଫଳରେ ସ୍କୁଲଟି ବିପଦସଙ୍କୁଳ ଅବସ୍ଥାରେ ରହିଛି । ଘାଇଟି ବିଦ୍ୟାଳୟ ପାଚେରୀ, ଶୌଚାଳୟ ଓ ଫାଟକ ନିକଟକୁ ଲାଗି ଯାଇଥିବାରୁ ଆଉ ବର୍ଷା ହେଲେ ସ୍କୁଲଟି ନଦୀଗର୍ଭରରେ ଲିନ ହୋଇ ଯିବାର ଆଶଙ୍କାକୁ ଏଡାଇଦିଆ ଯାଇ ନପାରେ । ତେବେ ବର୍ତ୍ତମାନ ଘାଇ ସୃଷ୍ଟି ହୋଇ ମାଟି ଅତଡା ଧସିବା ଦ୍ୱାରା ସ୍କୁଲର ପାଚେରି ଓ ଶୌଚାଳୟ କାନ୍ଥ ଭାଙ୍ଗି ଯାଇଛି । ସ୍କୁଲ ନିକଟରେ ଘାଇ ହେବାର ଦେଖି ପ୍ରଧାନଶିକ୍ଷକ ଏସମ୍ପର୍କରେ ବିଡିଓ, ତହସିଲଦାର, ବ୍ଲକଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ । ନୁଆଗୁଡା ସ୍କୁଲ କମିଟି ଏ ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ଏକ ଦରଖାସ୍ତ ଦେଇଛନ୍ତି । ଗୁରୁବାର ବ୍ଲକ ଶିକ୍ଷା ଅଧିକାରୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସ୍କୁଲ ପରିଦର୍ଶନ କରି ସମସ୍ୟା ସମ୍ପର୍କରେ ବିଡିଓ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇଛନ୍ତି । ଘାଇଟିକୁ ତୁରନ୍ତ ମରାମତି କରାନଗଲେ ସ୍କୁଲଟି ନଦୀଗର୍ଭରେ ଖୁବଶିଘ୍ର ଲିନ ହୋଇଯିବ ବୋଲି ଗ୍ରାମବାସୀ ମାନେ ମତ ପ୍ରକାଶ କରିଛନ୍ତି ।
previous post