ଓଡିଶା

ଦେଶର ଦ୍ୱିତୀୟ ପିଏଡିସି ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗୁରୁବାର ପାରାଦୀପଠାରେ ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ ଦ୍ୱାରା ପ୍ରତିଷ୍ଠା ହୋଇଥିବା ପ୍ରଡକ୍ଟ ଆପ୍ଲିକେଶନ ଆଣ୍ଡ ଡେଭେଲପମେଣ୍ଟ ସେଣ୍ଟର(ପିଏଡିସି) ଉଦ୍‌ଘାଟିତ ହୋଇଛି। ଓଡିଶା ଏବଂ ପୂର୍ବ ଭାରତରେ ପଲିମର ଶିଳ୍ପର ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ୪୩ କୋଟି ଟଙ୍କାରେ ନିର୍ମିତ ହୋଇଛି ଏହି ପ୍ରକଳ୍ପ । ଏହାକୁ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମିଳିତ ଭାବେ ଭିଡିଓ କନ୍‌ପରେନ୍ସିଂ ଜରିଆରେ ଉଦ୍ଘାଟନ କରିଛନ୍ତି।
୫ ଏକର ଜମି ଓ ୩୩୩୪ ବର୍ଗ ମିଟର ବିଶିଷ୍ଟ କ୍ଷେତ୍ରରେ ନିର୍ମିତ ପିଏଡିସି ଦେଶର ଷଷ୍ଠ ଏବଂ ପୂର୍ବ ଭାରତର ଦ୍ୱିତୀୟ କେନ୍ଦ୍ର। ଏହି ସେଣ୍ଟର ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ଲାବରେଟୋରି ଅଫ୍‍ ଡିପାର୍ଟମେଟ ଅଫ୍‍ ସାଇନଟିଫିକ ଏବଂ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ଡିଏସଆଇଆର) ଭାବରେ ଜଣାଯାଏ। ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନା ପରିପ୍ରେକ୍ଷୀରେ ପିଏଡିସି ପାରାଦୀପର ବିକାଶ ଏବଂ ପଲିମର ଆମଦାନୀକୁ ହ୍ରାସ କରିବାରେ ବିକଳ୍ପ ଭାବରେ ସହାୟକ ହେବ। ପିଏଡିସିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଭିନବ ଆପ୍ଲିକେଶନର ବିକାଶ କରି ଭଲ କପଡା ଓ ଟେକ୍ନିକାଲ ଟେକ୍ସଟାଇଲ ଭଳି ସାମଗ୍ରୀ ତିଆରି କରି ଦେଶରେ ଏଭଳି ସାମଗ୍ରୀର ଆମଦାନୀକୁ ହ୍ରାସ କରିବା। ଆଗାମୀ ଦିନରେ ଭଦ୍ରକ ଏବଂ ଧାମରାରେ ଟେକ୍ସଟାଇଲ ଡାଉନଷ୍ଟ୍ରିମ ୟୁନିଟ୍‍ ପାଇଁ ପଲିଷ୍ଟର ସୂତା ଓ କପଡା ପାଇଁ ପିଏଡିସି ଏକ ବୈଷୟିକ କେନ୍ଦ୍ର ଭାବରେ କାର୍ୟ୍ୟ କରିବ ବୋଲି ସୂଚନା ଦିଆଯାଇଛି।

Related posts

ଆଜିଠୁ ବିଧାନସଭା ଅଧିବେଶନ, ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

mahabharatanews

ବେଆଇନ ମାଦକ ଦ୍ରବ୍ୟ କାରବାର ରୋକ ଉପରେ ଗୁରତ୍ୱ

mahabharatanews

ଚଳନ୍ତା ଟ୍ରେନରେ ସନ୍ତାନ ପ୍ରସବ କଲେ ମହିଳା

mahabharatanews