ରଜନୀକାନ୍ତ ପାତ୍ର/ହିଞ୍ଜିଳି: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପି. ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଭାଲ୍ୟାଝୋଳା ଗ୍ରାମରେ ସୋମବାର ଅପରାହ୍ନରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ନଗଦ ୧୧ ହଜାର ୭୦୦ ଟଙ୍କା ସହ ୪ ଜୁଆଡିକୁ ଗିରଫ କଲା ପୋଲିସ । ଖବରନୁଯାୟୀ , ପାର୍ବଣ ଋତୁ ପାଖେଇ ଆସୁଛି । ଏବେ ସହର ଠାରୁ ଗାଁ ସବୁଠି ଚାଲିଛି ଲୁଚାଛପା ଜୁଆଖେଳ। ଏହି ଜୁଆଆଡ୍ଡା ଉପରେ ପୁଲିସର ନଜର ରହିଛି । ପୁଲିସ ଲଗାତର ଜୁଆ ଅଡ୍ଡା ଉପରେ ଚଢାଉ ଚଳାଇଛି ।
ଗତକାଲି ଅପରାହ୍ନରେ ବିଶେଷ ସୁତ୍ରରୁ ପାଟପୁର ପୋଲିସ ଖବରପାଇଥିଲା କି ଗ୍ରାମରେ ଜୁଆଖେଳ ଚାଲିଛି । ସୂଚନା ଆଧାରରେ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ପୋଲିସ ଟିମ୍ ଅତର୍କିତ ଚଢ଼ାଉ କରିଥିଲେ । ପୋଲିସର ଏହି ଚଢ଼ାଉ ସମୟରେ ଜୁଆଡି ଛତ୍ରଭଙ୍ଗ ଦେଇଥିଲେ । କିନ୍ତୁ ପୋଲିସ ୪ ଜୁଆଡିକୁ କାବୁ କରିବାରେ ସକ୍ଷମ ହୋଇଥିଲା । ପୁଲିସ ସେମାନଙ୍କ ନିକଟରୁ ୧୧୭୦୦ ଟଙ୍କା ଓ ତାସମୁଠା ଜବତ କରିଥିବା ଜଣାପଡ଼ିଛି। ଏନେଇ ପାଟପୁର ପୋଲିସ ଅଭିଯୁକ୍ତ ମାନଙ୍କ ବିରୋଧରେ ଥାନା କେସ୍ ନଂ ୨୯୨/୨୧ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି
