ଅପରାଧ

ଚଢ଼ାଉ କରି ନଗଦ ୧୧ ହଜାର ୭୦୦ ଟଙ୍କା ସହ ୪ ଜୁଆଡିକୁ ଗିରଫ କଲା ପୋଲିସ

ରଜନୀକାନ୍ତ ପାତ୍ର/ହିଞ୍ଜିଳି: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପି. ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଭାଲ୍ୟାଝୋଳା ଗ୍ରାମରେ ସୋମବାର ଅପରାହ୍ନରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ନଗଦ ୧୧ ହଜାର ୭୦୦ ଟଙ୍କା ସହ ୪ ଜୁଆଡିକୁ ଗିରଫ କଲା ପୋଲିସ । ଖବରନୁଯାୟୀ , ପାର୍ବଣ ଋତୁ ପାଖେଇ ଆସୁଛି । ଏବେ ସହର ଠାରୁ ଗାଁ ସବୁଠି ଚାଲିଛି ଲୁଚାଛପା ଜୁଆଖେଳ। ଏହି ଜୁଆଆଡ୍ଡା ଉପରେ ପୁଲିସର ନଜର ରହିଛି । ପୁଲିସ ଲଗାତର ଜୁଆ ଅଡ୍ଡା ଉପରେ ଚଢାଉ ଚଳାଇଛି ।
ଗତକାଲି ଅପରାହ୍ନରେ ବିଶେଷ ସୁତ୍ରରୁ ପାଟପୁର ପୋଲିସ ଖବରପାଇଥିଲା କି ଗ୍ରାମରେ ଜୁଆଖେଳ ଚାଲିଛି । ସୂଚନା ଆଧାରରେ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ପୋଲିସ ଟିମ୍ ଅତର୍କିତ ଚଢ଼ାଉ କରିଥିଲେ । ପୋଲିସର ଏହି ଚଢ଼ାଉ ସମୟରେ ଜୁଆଡି ଛତ୍ରଭଙ୍ଗ ଦେଇଥିଲେ । କିନ୍ତୁ ପୋଲିସ ୪ ଜୁଆଡିକୁ କାବୁ କରିବାରେ ସକ୍ଷମ ହୋଇଥିଲା । ପୁଲିସ ସେମାନଙ୍କ ନିକଟରୁ ୧୧୭୦୦ ଟଙ୍କା ଓ ତାସମୁଠା ଜବତ କରିଥିବା ଜଣାପଡ଼ିଛି। ଏନେଇ ପାଟପୁର ପୋଲିସ ଅଭିଯୁକ୍ତ ମାନଙ୍କ ବିରୋଧରେ ଥାନା କେସ୍ ନଂ ୨୯୨/୨୧ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି

 

Related posts

ରାଜଧାନୀରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ର୍ଦୁବୃତ୍ତ

mahabharatanews

ନିଶା କାରବାର ରୋକିବାରେ କ୍ରାଇମବାଞ୍ଚ ଏସଟିଏଫର ଆଉ ଏକ ବଡ଼ ସଫଳତା

mahabharatanews

ଜେରକ୍ସ ଦୋକାନରେ ମିଳୁଛି ବେସଲାଇନ୍ ପରୀକ୍ଷା ପ୍ରଶ୍ନପତ୍ର

mahabharatanews