(ମହାଭାରତ): ଆଜିକାଲି ଅନେକ ଲୋକଙ୍କର ଚର୍ମରୋଗ ଦେଖାଦେଉଛି । ଅସନ୍ତୁଳିତ ଖାଦ୍ୟ ପଦାର୍ଥ,ପାନୀୟ ଏବଂ ଅପରିଷ୍କାର ଯୋଗୁଁ ଚର୍ମରୋଗ ବୃଦ୍ଧି ପାଇବାରେ ଲାଗିଛି । ପ୍ରାୟତଃ ଅପରିଷ୍କାର ଅପରିଚ୍ଛନ୍ନତାରୁ ଗାଁ ଗହଳିରେ ବେଶି ହୋଇଥିବା ଏହି ରୋଗ । ଏହି ରୋଗୀ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ମଧ୍ୟ ରୋଗ ହେବା ଯୋଗୁଁ ଏହାକୁ ଡିଆଁରୋଗ ବୋଲି କୁହାଯାଏ । ଏହା ପ୍ରାୟତ! ଜଂଘସନ୍ଧି,ଜଂଘ, ହାତ ଇତ୍ୟାଦି ଝାଳ ବହୁଥିବା ସ୍ଥାନରେ ବେଶି ହୋଇଥାଏ ।
ଅତ୍ୟଧିକ ଆମିଷ ଦ୍ରବ୍ୟ ସେବନ, ଅପରିଷ୍କାର ରହିଲେ ବା ପ୍ରତ୍ୟହ ସଫା ଲୁଗାପଟା ନ ପିନ୍ଧିଲେଏ, ଗାଁ ଗହଳିରେ ଥିବା ଅପରିଷ୍କାର ଦଳ ଭର୍ତ୍ତି ଗାଡିଆ ପୋଖରୀ ଏବଂ ଯେଉଁଥିରେ ଗାଈ, ମଇଁଷି ଗାଧୋଇଥାନ୍ତି, ସେହି ପାଣିରେ ଗାଧୋଇଲେ ଚର୍ମରୋଗ ବେଶୀ ହେବାର ଆଶଙ୍କା ଥାଏ ।
କେତେକ ରୋଗୀଙ୍କ ଦେହ ସାରା ଶ୍ୱେତବର୍ଣ୍ଣର ମାଛ କାତି ପରି ବାହାରିବା ସହ ପ୍ରବଳ କୁଣ୍ଡାଇ ହୁଏ,ତାହାକୁ ‘ସୋରିଆସିସ୍’ ବୋଲି କୁହାଯାଏ । କୁଣ୍ଡାଇବା ସହ ଜଳିଯାଉଥିବା ସ୍ଥାନକୁ ‘ଡାର୍ମାଟାଇଟିସ’ କୁହାଯାଏ । ପ୍ରତିଦିନ ରୋଗୀ ନିଜ ଲୁଗାପଟା ନିମ୍ବ ପତ୍ର ସିଝା ପାଣିରେ ଧୋଇବା ସହ ସଂକ୍ରମିତ ସ୍ଥାନକୁ ମଧ୍ୟ ଦୁଇବେଳା ସଫା କରିବେ । ମାଛ,ମାଂସ, ଅଣ୍ଡା ଇତ୍ୟାଦି ପୁଷ୍ଟିସାର ଖାଦ୍ୟ ବର୍ଜନୀୟ, ଆଣ୍ଟିଫଙ୍ଗଲ ଟେଲକମ୍ ପାଉଡର ଦେହରେ ସିଞ୍ଚନ କରିବେ ।
ତେଲ,ନିମ୍ବ ତେଲ ବା କରଞ୍ଜ ତେଲ ଏଥିମଧ୍ୟରୁ ଗୋଟିଏ ଲଗାଇଲେ କୁଣ୍ଡାଇବା ବନ୍ଦ ହୁଏ । ଚାଷୀ ଭାଇମାନେ ପାଣିରେ ପଶି କାମ କରିବା ପୂର୍ବରୁ ହାତଗୋଡରେ ସୋରିଷ ତେଲ / ନିମ୍ବ ତେଲ ଲଗାଇବା ପରେ ହାତ ଓ ଗୋଡରେ ଜରି ବା ଗ୍ଲୋବସ ଓ ଫୁଲ୍ ଶୋ ପ୍ଲାଷ୍ଟିକ ଯୋତା ଆଣଣ୍ଠୁ ପର୍ଯ୍ୟନ୍ତ ପିନ୍ଧି କାମ କଲେ ଏହି ରୋଗରୁ ମୁକ୍ତି ପାଇବେ ।