Uncategorized

Video : ଭାରତରେ ଅନୁପ୍ରବେଶ ପାଇଁ ସୀମାରେ ବସିଛନ୍ତି ୫୦୦ ବାଂଲାଦେଶୀ

ନୂଆଦିଲ୍ଲୀ: ଚାରିଆଡେ ପୋଡାଜଳା, ହିଂସା ଅରାଜକତାରେ ଜଳୁଛି ବାଂଲାଦେଶ। ଦେଶରେ ଅସମ୍ଭାଳ ସ୍ଥିତି। ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡିବା ପରେ ମଧ୍ୟ ବିକ୍ଷୋଭକାରୀମାନେ ହିଂସା ଜାରି ରଖିଛନ୍ତି । ଏହାରି ଭିତରେ ଲୋକେ ଜୀବନ ବିକଳରେ ଭାରତମୁହାଁ ହେବାରେ ଲାଗିଛନ୍ତି। ବିଶେଷକରି ପଶ୍ଚିମବଙ୍ଗ ସୀମାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ୍ ହେଉଛି ।

 

ଭିଡିଓରେ ଦେଖିବାକୁ ମିଳୁଛି, ଯେଉଁଥିରେ ୫୦୦ରୁ ଅଧିକ ବାଂଲାଦେଶୀ ଭାରତରେ ଅନୁପ୍ରବେଶ କରିବାକୁ ସୀମାରେ ଜଗି ବସିଛନ୍ତି। ହେଲେ ସେମାନଙ୍କୁ ବିଏସଏଫ ଯବାନମାନେ ବାଟ ଓଗାଳୁଛନ୍ତି । ଫଳରେ ସେମାନେ ସୀମା ଭିତରକୁ ପ୍ରବେଶ କରିବାରେ ବିଫଳ ହୋଇଛନ୍ତି।

ଅନୁପ୍ରବେଶକାରୀମାନେ ବାଂଲାଦେଶର ପଞ୍ଚଗଡ଼ ଜିଲା ସୀମାନ୍ତରେ ରହିଛନ୍ତି । ପଶ୍ଚିମବଙ୍ଗର ଜଲପାଇଗୁଡ଼ି ସୀମାନ୍ତକୁ ଏହି ଅଞ୍ଚଳ ଲାଗିଛି। ସୁରକ୍ଷାରେ ସାମାନ୍ୟ କୋହଳ ହେଲେ ଭାରତରେ ପ୍ରବେଶ କରିବାକୁ ଯୋଜନା ଥିବା କୁହାଯାଉଛି। ଅନୁପ୍ରବେଶକାରୀମାନେ କହିଛନ୍ତି ଯେ, ବାଂଲାଦେଶୀ ମୁସଲମାନମାନେ ସେମାନଙ୍କ ଘର ପୋଡ଼ାଜଳା କରିଦେଇଛନ୍ତି। ସେଥିପାଇଁ ସେମାନେ ଜୀବନ ବଞ୍ଚାଇବା ଲାଗି ଭାରତରେ ଆଶ୍ରୟ ନେବାକୁ ଚାହୁଁଛନ୍ତି।

Related posts

୪୫ ଜଣଙ୍କ ପୂର୍ବ ଆଫଗାନିସ୍ତାନ ଏୟାର ଷ୍ଟ୍ରାଇକରେ ମୃତ୍ୟୁ

mahabharatanews

ନିର୍ମାଣ ହେବ ପାରିକରଙ୍କ ଜୀବନୀକୁ ନେଇ ଫିଲ୍ମ

mahabharatanews

ବାଦୁଡ଼ି ପ୍ରେମରେ ବୃଦ୍ଧା

mahabharatanews