ଓଡିଶା

ଚଳନ୍ତା ଟ୍ରେନରେ ସନ୍ତାନ ପ୍ରସବ କଲେ ମହିଳା

ବଲାଙ୍ଗୀର: ଚଳନ୍ତା ଟ୍ରେନରେ ମହିଳା ଜଣଙ୍କ ସନ୍ତାନ ପ୍ରସବ କରିଛନ୍ତି। ଏଭଳି ଏକ ନିଆରା ଦୃଶ୍ୟ ବଲାଙ୍ଗୀର ରେଳ ଷ୍ଟେସନରେ ଦେଖିବାକୁ ମିଳିଛି। ମହିଳା ଜଣଙ୍କ ଚିକିତ୍ସା ଲାଗି କୋରାପୁଟ-ରାଉରକେଲା ଏକ୍ସପ୍ରେସରେ ବୁର୍ଲା ବଡ ମେଡିକାଲକୁ ଚିକିତ୍ସା ଲାଗି ଯାଉଥିଲେ। ହେଲେ ଟ୍ରେନରେ ଯାତ୍ରା କରୁଥିବା ସମୟରେ ମହିଳାଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା। ଶେଷରେ ଟ୍ରେନ ମଧ୍ୟରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଏଥିପାଇଁ ବଲାଙ୍ଗୀର ଷ୍ଟେସନରେ ଟ୍ରେନଟି ଅଟକି ରହିଥିଲା। ଅରପିଏଫ ଯବାନମାନେ ମହିଳାଙ୍କୁ ପ୍ରାରମ୍ଭିକ ଚିକିତ୍ସା ଯୋଗାଇଦେଇଥିଲେ। ଟ୍ରେନକୁ ଅଟକାଇ ୧୦୮ ଯୋଗେ ମହିଳା ଓ ନବଜାତକ ଶିଶୁକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ମାଆ ଓ ଛୁଆ ଉଭୟେ ସୁସ୍ଥ ଥିବା ଜଣାପଡିଛି। ଏଥିପାଇଁ ଆରପିଏଫ ଯବାନମାନଙ୍କୁ ସାଧାରଣରେ ଉଚ୍ଚ ପ୍ରସଂଶା କରାଯାଇଛି।

Related posts

ଏଡିଜି ଆର୍‌.ପି.କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ୱ

mahabharatanews

ରାଜ୍ୟରେ ଆରମ୍ଭ ଶୀତ, କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୩.୮ ଡିଗ୍ରୀ

mahabharatanews

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚାଲିଛି ସର୍ବଦଳୀୟ ବୈଠକ

mahabharatanews