ଅପରାଧ

ଚାକିରି କରାଇଦେବା ପ୍ରତିଶୃତି ଦେଇ ଠକେଇ ଅଭିଯୋଗ

(ମହାଭାରତ): କଟକ ଜିଲ୍ଲା ସାଲେପୁର ଜପକୁଦ ମହିଳା ମହାବିଦ୍ୟାଳୟରେ ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏହି ଠକେଇର ଶିକାର ହୋଇଥିବା ୧୫ ଜଣ ଅଭିଯୋଗକାରୀ କଲେଜର ପରିଚାଳନା କମିଟି ସଭାପତି ବିଜୟକୃଷ୍ଣ ମିଶ୍ରଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି । କଲେଜର ବିଭିନ୍ନ ପଦବୀରେ ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଇ ଲକ୍ଷାଧିକ ଟଙ୍କା ହଡପ କରିଥିବା ସେମାନେ ଅଭିଯୋଗ କରିଛନ୍ତି । ନକଲି ନିଯୁକ୍ତି ପତ୍ର ନେଇ କିଛି ଦିନ କାର୍ଯ୍ୟ କରିଥିବା ମଧ୍ୟ ଏହି ଅଭିଯୋଗକାରୀ ମାନେ କହିଛନ୍ତି । କିନ୍ତୁ ସେମାନଙ୍କୁ ଦିଆଯାଇଥିବା ନିଯୁକ୍ତିପତ୍ର ଅବୈଧ ବୋଲି ଜାଣିବା ପରେ ଟଙ୍କା ଫେରି ପାଇବାକୁ ଦାବି କରିଛନ୍ତି । ଏହାସହ ଅଭିଯୋଗକାରୀମାନେ ଏହି ଠକେଇ ମାମଲାର ତଦନ୍ତ କରିବାକୁ ମଧ୍ୟ ଦାବି କରିଛନ୍ତି । ଅନ୍ୟପଟେ ଏହି ସମସ୍ତ ଅଭିଯୋଗଗୁଡିକୁ କଲେଜ ପରିଚାଳନା କମିଟି ସଭାପତି ଅସ୍ୱୀକାର କରିଛନ୍ତି । ରାଜନୈତିକ ଆକ୍ରୋଶ ରଖି କିଛି ବ୍ୟକ୍ତି ତାଙ୍କୁ ଓ କଲେଜର ନାଁକୁ ବଦନାମ କରିବାକୁ ଚକ୍ରାନ୍ତ କରିଥିବା ସେ କହିଛନ୍ତି । ଘଟଣା ବିଷୟରେ ଜାଣିବା ପରେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

Related posts

କ୍ରାଇମବ୍ରାଞ୍ଚ ହାତରେ ରହସ୍ୟମୟୀଙ୍କ ଫଟୋ

mahabharatanews

ବାଇକ ଧକ୍କାରେ ବୃଦ୍ଧ ମୃତ

mahabharatanews

୧୮ କେଜି ୪୬୦ ଗ୍ରାମ ଗଞ୍ଜେଇ ଜବତ, ୬ କୋର୍ଟ ଚାଲାଣ

mahabharatanews