ଅପରାଧ

ବାଇକ ଚୋରି ରାକେଟ ଠାବ; ୯ ବାଇକ ଜବତ

ବାଲେଶ୍ୱର: ବାଲେଶ୍ୱର ନୀଳଗିରି ପୋଲିସ ଏବେ ଫୁଲ ଆକ୍ସନ ମୁଡରେ । ଗୋଟିଏ ପରେ ଗୋଟିଏ କେସର ସମାଧାନ କରିବା ସହିତ ବିଭିନ୍ନ ଗ୍ୟାଙ୍ଗର ପର୍ଦ୍ଦଫାଶ କରୁଥିବା ଦେଖାଯାଉଛି । ଏଥର ପୋଲିସ ହାତମୁଠାରେ ଫସିଛନ୍ତି ବାଇକ ଲୁଟେରା ଗ୍ୟାଙ୍ଗ ।
ନୀଳଗିରି ଥାନା ଅଧୀନ ପୁନଦାଳ ଅଞ୍ଚଳରେ ବାଇକ ଚୋରି ଗ୍ୟାଙ୍ଗର ପର୍ଦ୍ଦଫାଶ କରିଛି ନୀଳଗିରି ପୋଲିସ । ଏଥି ସହ ୯ଟି ବାଇକ ମଧ୍ୟ ପୋଲିସ ଜବତ କରିଥିବା ଜଣାପଡିଛି । ଏ ନେଇ ମୟୁରଭଞ୍ଜ ପୋଲିସ ଅଧିକ ତନାଘନା ଜାରି ରଖିଛି । ମୟୁରଭଞ୍ଜ ଅଞ୍ଚଳରେ ବାରମ୍ବାର ବାଇକ ଚୋରି ହେଉଥିବା ଅଭିଯୋଗ ଆସିବା ପରେ ପୋଲିସ ଏ ନେଇ ଖୋଳତାଡ ଆରମ୍ଭ କରିଥିଲା । ମୋଟ ୪୦ରୁ ଉଦ୍ଧ୍ୱର୍ ବାଇକ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ତେବେ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡକୁ ଗିରଫ କରିବା ପରେ ଏଥିରେ ନୀଳଗିରିର କିଛି ଯୁବକ ସାମିଲ ଥିବା ଜଣାପଡିଥିଲା । ଏହାପରେ ପୋଲିସ ଆରମ୍ଭ କରିଥିଲା ମାଷ୍ଟରପ୍ଲାନ । ଶେଷରେ ଆଜି ଏହି ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ନୀଳଗିରି ପୋଲିସ । ନୀଳଗିରି ଥାନା ଅନ୍ତର୍ଗତ ପୁନଦାଳ ଅଞ୍ଚଳରେ ଚଢାଉ କରିବା ସହ ପୋଲିସ ଗୋଟିଏ ପରେ ଗୋଟିଏ ବାଇକ ଜବତ କରିଥିଲା । ଏଥିସହ ମୋଟ ୯ଟି ବାଇକ ମଧ୍ୟ ଜବତ ହୋଇଛି । ସ୍ଥାନୀୟ ଅଞ୍ଚଳର ଦୁଇ ଅଭିଯୁକ୍ତଙ୍କୁ ଏହି ଘଟଣାରେ ଗିରଫ କରାଯିବା ସହ ସେମାନଙ୍କୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଜରି ରଖିଛି ।

Related posts

ବରପୋଲିଆ ଚିଲିକା କୂଳ ନିକଟରୁ ୪୪ ଟି ମୃତ ଦେଶୀ ଓ ବିଦେଶୀ ପକ୍ଷୀ ସହ ଧରାପଡିଛି ପକ୍ଷୀ ଶିକାରୀ

mahabharatanews

ଲୁଟେରା ଗ୍ୟାଙ୍ଗର ମୁଖ୍ୟ ଅଭିଯୁ୍କ୍ତ ଗିରଫ

mahabharatanews

ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ, ୫ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

mahabharatanews