(ମହାଭାରତ): ଆଜିକାଲି ଆଧୁନିକତାକୁ ଆପଣେଇବା ପାଇଁ ସମସ୍ତ ବ୍ୟଗ୍ର । ଦିନକୁ ଦିନ ବିଜ୍ଞାନ କ୍ଷେତ୍ରରେର ଯୁଗ ଆଗେଇ ଯାଉଥିବା ବେଳେ ଲୋକ ପାଶ୍ଚାତ୍ୟ ସଭ୍ୟତାକୁ ଆପେଣଇବାକୁ ପସନ୍ଦ କରୁଛନ୍ତି । ଖାଇବା ପିନ୍ଧିବା ଠାରୁ ଆରମ୍ଭ କରି ସବୁ କ୍ଷେତ୍ରକୁ ଲୋକ ପାଶ୍ଚାତ୍ୟ ଦେଶର ଲୋକଙ୍କୁ ଅନୁସରଣ କରିବାରେର ବ୍ୟସ୍ତ । ସାଧାରଣତଃ ଆପଣ ଲକ୍ଷ୍ୟ କରିଥିବେ ଯେ ଆଜିକାଲି ହାତରେର ଖାଦ୍ୟ ଖାଇବା ପାଇଁ କେହି ପସନ୍ଦ କରୁନାହାନ୍ତି । ଯଦି ଆପଣ ବି ହାତରେ ନୁହେଁ ବରଂ ଚାମଚ ସାହାଯ୍ୟରେ ଭୋଜନ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଅଟେ । ଏକ ରିପୋର୍ଟରେ କୁହାଯାଇଛି ଯେ, ହାତରେ ଭୋଜନ କରିବା ଦ୍ୱାରା ଖାଦ୍ୟରର ସ୍ୱାଦ ବୃଦ୍ଧି ପାଇଥାଏ । ଖାଦ୍ୟକୁ ହାତରେ ସ୍ପର୍ଶ କରିବା ଦ୍ୱାରା ମସ୍ତିଷ୍କର ସମ୍ବେଦନ ଧାରଣା ବୃଦ୍ଧି ପାଇଥାଏ ଫଳରେ ଏହାର ସ୍ୱାଦ ବୃଦ୍ଧି ପାଇଥାଏ ।
ନ୍ୟୁୟର୍କର ଷ୍ଟିଭସ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଗବେଷଣା ପରେ ଗବେଷକ ମାନେ ମତ ଦେଇଛନ୍ତି ଯେ ଆପଣ ଭୋଜନକୁ ହାତରେ ସ୍ପର୍ଶ କରିବା ଦ୍ୱାରା ମସ୍ତିଷ୍କରେ ସନ୍ତୋଷଭାବ ଜାଗ୍ରତ ହୋଇଉଠେ । ଏହାର ସ୍ୱାଦ ମଧ୍ୟ ବୃଦ୍ଧି ପାଇଥାଏ । ଯେଉଁମାନେ ଖାଇବା ପୂର୍ବରୁ ଖାଦ୍ୟକୁ ଅଧିକ ନୀରକ୍ଷିଣ କରିଥାନ୍ତି ସେମାନଙ୍କୁ ଖାଦ୍ୟ ସ୍ୱାଦିଷ୍ଟ ଲାଗିନଥାଏ ।
ଏହି ଅଧ୍ୟୟନ ପାଇଁ ବୈଜ୍ଞାନିକମାନେ ପନୀର ଖଣ୍ଡକୁ ଖାଇବା ପୂର୍ବରୁ ଲୋକଙ୍କୁ ଧରିବା ଏବଂ ଦେଖିବା ପାଇଁ ଦେଇଥିଲେ । ଏହା ପରେ ତାର ଫଳାଫଳ ଆସିଥିଲା । ଅଧାରୁ ଅଧିକ ଲୋକ ପନୀରକୁ ଚାମଚରେ ଏବଂ ଆଉ କିଛି ଆଙ୍ଗୁଠିରେ ଧରିଥିଲେ । ଚାମଚରେ ପନୀର ଧରିଥିବା ଲୋକଙ୍କ ଅପେକ୍ଷା ଯେଉଁମାନେ ହାତରେ ଧରିଥିଲେ,ସେମାନଙ୍କୁ ଏହା ବେଶି ସ୍ୱାଦିଷ୍ଟ ଲାଗିଥିଲା । ଆହୁରୀ ମଧ୍ୟ ବୈଜ୍ଞାନିକମାନେ କହିଛନ୍ତି ଯେ,ଯେଉଁମାନେ ହାତରେ ଭୋଜନ କରିଥାନ୍ତି ସେମାନେ ଅଧିକ ଖାଦ୍ୟଗ୍ରହଣ କରିଥାନ୍ତି । ଏଥିପାଇଁ ଲୋକଙ୍କୁ ୨ଟି ଗ୍ରୁପରେ ଭାଗ କରାଯାଇଥିଲା । ଚାମଚରେ ଖାଇଥିବା ଲୋକ କମ ଖାଇଥିଲେ । ଯଦି ଆପଣ ଖାଦ୍ୟକୁ ଅଧିକ ଓ ସ୍ୱାଦିଷ୍ଟ ଲାଗୁ ବୋଲି ଭାବୁଛନ୍ତି ତେବେ ହାତରେ ହିଁ ଖାଆନ୍ତୁ ।