ଓଡିଶା

ଚିକିତ୍ସାଧୀନ ହାତୀର ମୃତ୍ୟୁ

କଣିହାଁ/ଜ୍ୟୋତିରଞ୍ଜନ ଧର: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ତାଳଚେର କଣିହାଁ ବନାଚଂଳ ରେଂଜ୍ ଅଧୀନସ୍ଥ ରେଙ୍ଗାଳି ସେକ୍ଟର ବାଲିପଶି ବିଟ୍ ସଂରକ୍ଷିତ ଜଙ୍ଗଲରେ ଏକ ଅଣ୍ଡରା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସକାଳେ ମୃତ ହୋଇଯାଇଥିବା ଜଣାଯାଇଛି । ମୃତ ହାତୀଟିର ବୟସ ୩ରୁ ସାଢେ ୩ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଆଜି ପୂର୍ବାହ୍ନରେ ବନବିଭାଗୀୟ ଅଧିକାରୀ ମୃତସ୍ଥଳରେ ହାତୀର ଶବ ବ୍ୟବଛେଦ କରିଛନ୍ତି ।

ସୂଚନାରୁ ପ୍ରକାଶ ଯେ, ଏହି ଅଣ୍ଡିରା ହାତୀଟି ଅସୁସ୍ଥ ଅବସ୍ଥାରେ ୩ ଦିନ ହେଲା ଦେବଗଡ ଅଂଚଳରୁ କଣିହାଁ ରେଂଜ୍ ବାଲିପଶି ନିକଟସ୍ଥ ଜଙ୍ଗଲକୁ ଚାଲି ଆସିଥିଲା । ସ୍ଥାନୀୟ ଅଧିବାସୀ ସୋମବାର କଣିହାଁ ବନବିଭାଗକୁ ହାତୀର ଅସୁସ୍ଥ ସମ୍ପର୍କରେ ସୂଚନା ଦେଇଥିଲେ । ଗତକାଲି ଡିଏଫଓ କାର୍ତ୍ତିକ ଭି., ଏସିଏଫ ଓ ସାତକୋଶିଆ ପ୍ରାଣୀଧନର ଏକ ଏକ୍ସ୍ପଟ ଟିମ୍ ଘଟଣାସ୍ଥଳରେ ପହଁଚି ହାତୀର ଚିକିତ୍ସା ଆରମ୍ଭ ଥିଲେ । ଟ୍ରାଙ୍କୁଲାଇଜ୍ ନକରି ବନ୍ଧୁକ ଇଂଜେକ୍ସନରେ ଅବଜର୍ଭଭେସନରେ ହାତୀକୁ ରଖାଯାଇଥିଲା । କିନ୍ତୁ ଆଜି ତାର ମୃତ୍ୟୁ ହୋଇଥିବା କଣିହାଁ ରେଂଜ୍ ଅଧିକାରୀ ନୀଳମଣି ଦେହୁରୀ ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ କଣିହାଁ ବନ୍ୟାଚଂଳ ରେଂଜ୍ ରେଙ୍ଗାଳି ସେକ୍ଟର ଗଣ୍ଡମଳା ବିଟ୍ ଅଧୀନସ୍ଥ ବିରପାଳ ସଂରକ୍ଷିତ ଜଙ୍ଗଲରେ ପ୍ରାୟ୨୨ଟି ହାତୀ ବୁଲାବୁଲି କରୁଛନ୍ତି । ସେମାନଙ୍କ ଗତିପଥ ଉପରେ କଣିହାଁ ବିଭାଗ ଓ ଗଣ୍ଡମଳା ବିଟ୍ ସଜାଗ୍ ଥିବା ନେଇ ରେଂଜ୍ ଅଧିକାରୀ ଶ୍ରୀ ଦେହୁରୀ କୁହନ୍ତି ।

Related posts

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ହୋଇପାରେ ଏକ ସାମୁଦ୍ରିକ ବାତ୍ୟା

mahabharatanews

ସୋସିଆଲ ମିଡିଆରେ ବିବାହିତ ମହିଳାଙ୍କୁ କରୁଥିଲା ଟାର୍ଗେଟ

mahabharatanews

ଜଣେ ମହିଳାଙ୍କ ମାଡ଼ରେ, କାର୍ଯ୍ୟରତ ଅଙ୍ଗନ ବାଡ଼ି କର୍ମୀ ଗୁରୁତର ହୋଇ ଚେତା ଶୂନ୍ୟ

mahabharatanews