ଓଡିଶା

ସୋସିଆଲ ମିଡିଆରେ ବିବାହିତ ମହିଳାଙ୍କୁ କରୁଥିଲା ଟାର୍ଗେଟ

ଭୁବନେଶ୍ୱର : ଭୁବନେଶ୍ୱର ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣା । ରିମାଣ୍ଡ ସମୟରେ ସତ ଉଗାଉଛି ବୟଫ୍ରେଣ୍ଡ ଚିତ୍ତରଞ୍ଜନ । ଚିତ୍ତର ଲଭଷ୍ଟୋରୀରେ ଆସିଲା ନୂଆ ଟ୍ୱିଷ୍ଟ । କେବଳ ଶୁଭଶ୍ରୀ ନୁହଁ ଅନେକ ମହିଳାଙ୍କ ସହ ସମ୍ପର୍କ ରଖୁଥିଲା ଅଭିଯୁକ୍ତ ଚିତ୍ତ । ସୋସିଆଲ ମିଡିଆରେ ବିବାହିତ ମହିଳାଙ୍କୁ କରୁଥିଲା ଟାର୍ଗେଟ । ପ୍ରଥମେ ଦାମୀ ଗିଫ୍ଟ ଦେଇ ଜିତୁଥିଲା ମନ । ସେମାନଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖୁଥିଲା । ଏବଂ ମନ ଭରିଯିବା ପରେ ଛାଡି ଚାଲିଯାଉଥିଲା ଚିତ୍ତରଞ୍ଜନ । ଗତକାଲି ଚିତରଞ୍ଜନକୁ ରିମାଣ୍ଡରେ ଆଣିଥିଲା ପୋଲିସ ।
ଯହା ପରେ ସେ ସବୁ ସତ କଥା କହିବାରେ ଲାଗିଛି । ଶୁଭଶ୍ରୀଙ୍କ ସହ ତାର କଲେଜ ବେଳୁ ସମ୍ପର୍କଥିବା କହିଛି । କିନ୍ତୁ ପରବର୍ତ୍ତିସମୟରେ ଦୁହିଁଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା । ଏବଂ ସଦୁହେଁ ଅଲଗା ହୋଇଯାଇଥିଲେ । କିନ୍ତୁ ପରେ ଶୁଭଶ୍ରୀ ଅଲଗା ଯାଗାରେ ବିବାହ କରିବା ପରେ ତାଙ୍କର ୩ ବର୍ଷର ପିଲା ଥିବା ଜାଣି ମଧ୍ୟ ପୁଣି ସୁଭଶ୍ରୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲା ଚିତ୍ତରଞ୍ଜନ । ସେପୁଣି ଜଣେ ଟ୍ୟୁସନ ମାଷ୍ଟରଙ୍କ ଜରିଆରେ । ତେବେ ଟ୍ୟୁସନ ମାଷ୍ଟରଙ୍କୁ ମଧ୍ୟ ଘଟଣାରେ ପରିସର ଭୁକ୍ତ କରି ପଚରାଉଚରା କରିଥିଲା ପୋଲିସ । ଏବ ସେ ମଧ୍ୟ ସମସ୍ତ କଥା ମାନି ଥିଲେ । କିନ୍ତୁ ସେ ଦୁହିଁଙ୍କ ମଧ୍ୟରେ ଏମିତି ସମ୍ପର୍କ ଥିବା ସେ ଜାଣି ନଥିବା କହିଥିଲେ ।

ତେବେ ବର୍ତ୍ତମାନ ଚିତ୍ତକୁ ରିମାଣ୍ଡରେ ନେବା ପରେ ଏକାଧିକ ମହିଳାଙ୍କ ସହ ସମ୍ପର୍କଥିବା ଜଣା ପଡିଛି । ସେ କେବଳ ଏମିତି ମହିଳା ମାନଙ୍କୁ ନିଜ ଜାଲରେ ଫସାଉଥିଲା ଯେଉଁମାନଙ୍କର ସ୍ୱାମୀ ଭୁବନେଶ୍ୱର ବାହାରେ ରହୁଥିଲେ ।

ତେବେ ସବୁଠୁ ବଡ କଥା ହେଲା ଯେ ଶୁଭଶ୍ରୀଙ୍କୁ ଚିତ୍ତ କଳାରାହଙ୍ଗ ସ୍ଥିତ ଏକ ଓୟୋ ରୁମକୁ ନେଇଥିଲା । ତେବେ ଥରେ କି ଏକାଧିକ ଥର ସେମାନେ ଓୟୋ ଜାଇଥିଲେ କି? ଏହାକୁ ନେଇ ତାଙ୍କ ସ୍ୱାମୀ ଜାଣିଥିଲେ କି ନାହିଁ । ଯଦି ଜାଣିଥିଲେ ତେବେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଏନେଇ କିଛି କଳି ହୋଇଥିଲା କି? ଏ ସବୁ ନେଇ ପଚରା ଉଚରା ଚାଲିଛି । ତେବେ ଆଜି ଚିତ୍ତରଞ୍ଜନର ଶେଷ ହେବ ରିମାଣ୍ଡ ଅବଧି ।

Related posts

ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ସିବିଆଇ ତଦନ୍ତ ଦାବି 

mahabharatanews

ଗୃହରେ ଅତିରିକ୍ତ ବଜେଟ ଆସିବାକୁ ଥିବା ବେଳେ ଖୋଦ୍ ଅର୍ଥମନ୍ତ୍ରୀ ନରହିବା ଏହା ଗୃହ ପାଇଁ ଅସମ୍ମାନ – ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି

mahabharatanews

ଭାଇରଲ ଭିଡିଓ କୋଭିଡ ପୂର୍ବର

mahabharatanews