Uncategorized

ଚୀନ ମୋବାଇଲ ଆପ କମ୍ପାନିକୁ କେନ୍ଦ୍ରର ଜବାବ ତଲବ

ନୂଆଦିଲ୍ଲୀ: ଭାରତ ସରକାରର କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ନିଷିଦ୍ଧ ଚୀନ ମୋବାଇଲ ଆପ କମ୍ପାନିଗୁଡିକୁ ନିଜର ପକ୍ଷ ରଖିବାକୁ ୩ ସପ୍ତାହ ଦିଆଯାଇଛି । ସରକାରଙ୍କ ପକ୍ଷରୁ କେତେକ ପ୍ରଶ୍ନ ପଚରାଯାଇ ୩ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଛି ।
ସେମାନଙ୍କ ଆର୍ଥିକ ଓ ପରିଚାଳନାଗତ ଢାଞ୍ଚା, କେଉଁ ଦେଶର କମ୍ପାନି, ଡାଟା ସୁରକ୍ଷା ପଦ୍ଧତି, ସୁରକ୍ଷା ପଦ୍ଧତି ଉପରେ ପ୍ରଶ୍ନ କରାଯାଇଛି । ସେମାନଙ୍କ ସ୍ପଷ୍ଟୀକରଣ ଓ ଉତ୍ତରରେ ସନ୍ତୁଷ୍ଟ ହେଲେ ସରକାର ସେମାନଙ୍କ ଉପରୁ ନିଷେଧାଜ୍ଞା ସଂପର୍କରେ ପୁନର୍ବିଚାର କରିପାରନ୍ତି । ସରକାର ଏକ ବିଶେଷଜ୍ଞ ଦଳ ଗଠନ କରିଛନ୍ତି । ଏଥିରେ ଆୟକର ବିଭାଗ, ରାଜସ୍ୱ ଗୁଇନ୍ଦା ବିଭାଗ, ଗୃହ ମନ୍ତ୍ରାଳୟ, ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ, ଆଇନ ମନ୍ତ୍ରାଳୟ, ଭାରତର କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ (ସିଇଆରଟି)ର ବୈଷୟିକ ବିଶେଷଜ୍ଞମାନେ ରହିବେ ।

Related posts

ବିମାନ ଯାତ୍ରା ସମୟରେ କରନ୍ତୁ ଏହି କାମ

mahabharatanews

ଫିଲ୍ମ ‘ଅନୁ ମ୍ୟାଡ଼ମ’

mahabharatanews

ପିଏମ ମୋଦିଙ୍କୁ ଏସଆଇଟି କ୍ଲିନ ଚିଟ ବିରୋଧୀ ଯାଚିକାର ଶୁଣାଣି ଏପ୍ରିଲରେ

mahabharatanews

Leave a Comment