Uncategorized

ଚୁଡ଼ା ଖିରୀ

ଆବଶ୍ୟକ ସାମଗ୍ରୀ: ଚୁଡ଼ା,କ୍ଷୀର,ଚିନି,ମିଲ୍କମେଡ଼,ନଡ଼ିଆ କୋରା,ଗୁଜୁରାତି,କାଜୁ-କିସମିସ ଓ ଘିଅ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୁଡ଼ାକୁ ପାଣିରେ ଭଲ ଭାବେ ଧୋଇ ଚିପୁଡ଼ି ଏକ ମାତ୍ରରେ ରଖିଦିଅନ୍ତୁ । ବର୍ତ୍ତମାନ କଡ଼େଇରେ ଅଳ୍ପ ଘିଅ ଗରମ କରି ଏଥିରେ ଧୁଆ ଚୁଡ଼ାକୁ ପକାଇ ହାଲକା ଭାଜନ୍ତୁ । ଚୁଡ଼ା ଟିକେ ଭାଜି ହୋଇଗଲେ ଏହାକୁ ଏକ ପ୍ଳେଟକୁ କାଢି ଦିଅନ୍ତୁ ।
ଏବେ କଡ଼େଇରେ ଆଉ ଟିକେ ଘିଅ ଗରମ କରି ଏଥିରେ କାଜ,କିସମିସ ପକାଇ ହାଲକା ଭାଜନ୍ତୁ ଓ କାଢି ରଖନ୍ତୁ । ଏହା ପରେ ଏକ ପାତ୍ରରେ କ୍ଷୀରରେ ଗୁଜୁରାତି ପକାଇ ଫୁଟାନ୍ତୁ । କ୍ଷୀର ଫୁଟି ମରିଗଲେ ସେଥିରେ ଚୁଡ଼ା ପକାନ୍ତୁ । ଚୁଡ଼ା ଟିକେ ଫୁଲି ଖୋଲି ଗଲା ପରେ ଏଥିରେ ଚିନି,ମିଲ୍କ ମେଡ଼,ନଡ଼ିଆ କୋରା ଓ ଭଜା କାଜୁ-କିସମିସ ପକାଇ ଫୁଟାନ୍ତୁ । କ୍ଷୀର ଓ ଚୁଡ଼ା ମିଶି ଖିରି ଭଳି ହୋଇଗଲେ ଏହାକୁ ଚୁଲିରୁ ଓହ୍ଳାଇଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ଚୁଡ଼ା ଖିରୀ’ ।

Related posts

ପ୍ରଧାନମନ୍ତ୍ରୀ ଚୀନର ଉକ୍ତିକୁ ଗ୍ରହଣ କରି ସେନା ସହ ବିଶ୍ୱାସଘାତକତା କରିଛନ୍ତି: ରାହୁଲ

mahabharatanews

ଟିଏମ୍ସି ନେତାଙ୍କୁ ଲକ୍ଷେ୍ନøରେ ପ୍ରବେଶ ଅନୁମତି ନାହିଁ: ଡିଜିପି

mahabharatanews

ଟୀକା ପ୍ରସ୍ତୁତ ପାଇଁ ଅଷ୍ଟ୍ରେଲିଆ ସରକାରଙ୍କ ଘୋଷଣା

mahabharatanews

Leave a Comment