ଅପରାଧଓଡିଶା

ଛଅ ହଜାର ଟଙ୍କା ଲାଞ୍ଚ ନେଏ ଦୁଇ ତହସିଲ କିରାଣୀ ଗିରଫ

ମଧୂସୁଦନ ବହିଦାର/ ବଲାଙ୍ଗୀର: ଜମି ବିଭାଜନ ପରେ ଜମିପଟ୍ଟାର କାଗଜପତ୍ର ସଂଶୋଧନ ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ତହସିଲର ଦୁଇ କିରାଣୀ । ବଲାଙ୍ଗୀର ଆଗଲପୁର ବ୍ଲକ ତହସିଲ କାର୍ୟ୍ୟାଳୟ ଦୁଇ କିରାଣୀଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଆଜି ବଲାଙ୍ଗୀର ଭିଜିଲାନ୍ସ ଗିରଫ କରିଛି।

ବୁଦୁଲା ଗ୍ରାମର ସନ୍ତୋଷ ନାଗଙ୍କ ପୈତୃକ ସମ୍ପତ୍ତିର ଭାଇ ଭାଗ ହୋଇଥିଲା । ଜମିର କାଗଜପତ୍ର ସଂଶୋଧନ ପାଇଁ ସନ୍ତୋଷ ଓ ତାଙ୍କ ପୁଅ ମାଧବ ନାଗ ତହସିଲ କାର୍ୟ୍ୟାଳୟ ଭାରପ୍ରାପ୍ତ ବଡ ବାବୁ ବିକାଶ ଭୋଇଙ୍କ ନିକଟକୁ ଆସିଥିଲେ । ଭାରପ୍ରାପ୍ତ ମୁଖ୍ୟ କିରାଣୀଙ୍କୁ ସବୁ କାଗଜ ପତ୍ର ଦେଖାଇଥିଲେ । ତାହାର ଯାଞ୍ଚ କରିବା ପାଇଁ ୬ ହଜାର ଟଙ୍କା ଲାଗିବ ବୋଲି କିରାଣୀ କହିଥିଲେ । ଏ ନେଇ ମାଧବ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଭିଜିଲାନ୍ସ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆଜି ତହସିଲ କାର୍ୟ୍ୟାଳୟକୁ ଟଙ୍କା ନେଇ ମାଧବ ଯାଇଥିଲେ । କିନ୍ତୁ ଭୋଇ ନିଜେ ଟଙ୍କା ନ ନେଇ ତାଙ୍କ ପାଖରେ ଥିବା କିରାଣୀ ଚନ୍ଦ୍ରଶେଖେର ପାତ୍ରଙ୍କୁ ଟଙ୍କା ଦେବାକୁ କହିଥିଲେ। ପାତ୍ର ଟଙ୍କା ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଓ ବିକାଶଙ୍କୁ ଧରିଥିଲା। ଘଟଣା ସ୍ଥଳାରୁ ୬ ହଜାର ଟଙ୍କା, ଗୋଟିଏ ଫାଇଲ ଜବତ କରିବା ସହ ଦୁଇ ଜଣକୁ ଗିରଫ କରିଛି ଭିଜିଲାନ୍ସ ବିଭାଗ ।

Related posts

ଓଟିଡିସି ପକ୍ଷରୁ ରେଷ୍ଟୁରାଣ୍ଟ  ‘ନିମନ୍ତ୍ରଣ’ ପୁରୀରେ ଲୋକାର୍ପିତ

mahabharatanews

 ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା

mahabharatanews

ଚାଷୀର ବିକାଶ ପାଇଁ କପ୍ତିପଦାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା

mahabharatanews