ଓଡିଶା

ଛାତ୍ରୀଙ୍କୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍

(ମହାଭାରତ, କାମାକ୍ଷାନଗର): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗଡପଳାଶୁଣି ଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏକ ପିକ୍ଅପ୍ ଭ୍ୟାନ ଧକ୍କାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଜଣେ ମହିଳା ମଧ୍ୟ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଛାତ୍ରୀ ଜଣକ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଗଡପଳାଶୁଣିରୁ କଙ୍କଡାହାଡ ଯାଉଥିବା ଏକ ପିକ୍ଅପ୍ ଭ୍ୟାନ ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ପରେ ଛାତ୍ରୀଙ୍କ ପରିବାର ଲୋକ ଓ ଗାଁ ଲୋକେ କ୍ଷତିପୂରଣ ଦାବିରେ ପ୍ରାୟ ୨ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ପରଜଙ୍ଗ ଥାନା ଅଧିକାରୀ ଓ ମହାବିରୋଡ ଥାନା ଅଧିକାରୀ ପହଞ୍ଚି ମୃତା ଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ପ୍ରତିଶୃତି ଦେବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।

Related posts

ସ୍ନାନ ପୂର୍ଣ୍ଣିମା :ଦିନ ୨ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ମନା

mahabharatanews

ବନ୍ୟାଜନିତ କ୍ଷୟକ୍ଷତି ରିପୋର୍ଟ ମାଗିଲେ ମନ୍ତ୍ରୀ

mahabharatanews

ବସ ଟ୍ରକ ମୁହାଁ ମୁହିଁ ଧକ୍କା: ତିନି ଗୁରୁତର

mahabharatanews