ଓଡିଶା

ଛୁଟି ତିନି ଦିନ ଖୋଲୁଛି ଆରଟିଓ

ଭୁବନେଶ୍ୱର: ଆଜି, ଆସନ୍ତା କାଲି ଓ ପରଦିନ ଅର୍ଥାତ୍ ଅକ୍ଟୋବର ୩୦, ୩୧ ଓ ନଭେମ୍ବର ୧ ତାରିଖ ତିନି ଦିନ ସରକାରୀ ଛୁଟି ରହିଛି । ଏହି ସମୟରେ ସମସ୍ତ ସରକାରୀ କାର୍ୟ୍ୟାଳୟ ବନ୍ଦ । କିନ୍ତୁ ଆରଟିଓ ଖୋଲା ରହିଛି । ଏହି ୩ ଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଆରଟିଓରେ ରୋଷ୍ଟର ଡ୍ୟୁଟି ଆଧାରରେ କର୍ମଚାରୀମାନେ କାମ କରିବେ । ଏହି ସମୟରେ ସମସ୍ତ ନୂଆ ଗାଡି ପଞ୍ଜିକରଣ କାମ ହେବ ।
ଗାଡ଼ି ପଞ୍ଜିକରଣ ପାଇଁ କାର୍ଯ୍ୟାଳୟରେ ଗ୍ରହଣ କରାଯିବ । ଏଥିପାଇଁ ପ୍ରତ୍ୟେକ ଆର୍‌ଟିଓ ଆବଶ୍ୟକ ବ୍ୟବସ୍ଥା କରିବେ । ଏପରିକି ଏହି କାର୍ୟ୍ୟକୁ ଆହୁରି ସହଜ କରିବା ଲାଗି ଆର୍‌ଟିଓମାନେ ନିଜ ଘରେ ରହି ବି ଛୁଟି ତିନିଦିନ କାମ କରି ପାରିବେ । ଏହି ସମୟରେ ଯେପରି କୌଣସି ଜଣେ ଡିଲର ନିୟମ ଉଲ୍ଲଂଘନ କରି ବିନା ପଞ୍ଜିକରଣରେ ଗାଡି ବିକ୍ରି ନ କରନ୍ତି ତାହା ଆରଟିଓମାନେ ନିଶ୍ଚିତ କରିବେ ବୋଲି ରାଜ୍ୟ ପରିବହନ କମିସନରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । । ଯଦି କୌଣସି ଡିଲର୍‌ ବିନା ପଞ୍ଜିକରଣରେ ଗାଡ଼ି ବିକ୍ରି କରିଥିବା ଜଣାପଡେ ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯିବ ।

 

Related posts

୭ ଦିନ ଯାଏଁ ପ୍ରବଳ ବର୍ଷା

mahabharatanews

କଟକ ଚଣ୍ଡୀ ମନ୍ଦିରରେ ଭି.କେ ପାଣ୍ଡିଆନ୍

mahabharatanews

ଗୋଟିଏ ମଣ୍ଡପରେ ତିନି ବେଶରେ ଗଣେଶ

mahabharatanews