ଓଡିଶା

ଜଙ୍ଗଲରୁ ହାତୀ ମୃତଦେହ ଉଦ୍ଧାର

(ମହାଭାରତ, ସମ୍ବଲପୁର): ସମ୍ବଲପୁର ଜିଲ୍ଲା ଜୁଜୁମୁରା ଅନ୍ତର୍ଗତ ସଦର ରେଞ୍ଜ ଅଧିନ ବସିଆପଡା ଜଙ୍ଗଲରେ ଏକ ହାତୀ ମରି ପଡିଥିବା ଦେଖାଯାଇଛି । ତେବେ ହାତୀ ମୃତ୍ୟୁର କାରଣ ଏଯାଏ ଅସ୍ପଷ୍ଟ ରହିଛି । ସୂଚନା ଅନୁଯାୟୀ, ବୁଧବାର ସ୍ଥାନୀୟ ଲୋକେ ହାତୀଟିର ମୃତଦେହ ଜଙ୍ଗଲ ଭିତରେ ପଡିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚି ତଦନ୍ତ କରିବା ପରେ ମୃତ ହାତୀର ଶବକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ତେବେ କିଛି ଶିକାରୀ ଭାଲୁ, ବାରହା ଆଦି ବନ୍ୟପ୍ରାଣୀଙ୍କ ଶିକାର ପାଇଁ ବିଛାଇଥିବା ଇଲେକ୍ଟ୍ରି ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନବିଭାଗ କହିଛି ।

Related posts

କରୋନା ମୁକାବିଲା: ଓଡ଼ିଶା ଆଶା କର୍ମୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୧ ହଜାର ଟଙ୍କାର  ପ୍ରଦାନ 

mahabharatanews

ଗଞ୍ଜାମ ଜିଲ୍ଲାରେ ଜୁନ୍ ୩୦ ପର୍ୟ୍ୟନ୍ତ ବଢିଲା ଲକଡାଉନ୍ କଟକଣା

mahabharatanews

ରାଜଧାନୀରେ ହାତୀ ଉପଦ୍ରଵ,ଭାଙ୍ଗିଲା ପାଚେରୀ

mahabharatanews