ଓଡିଶା

ଜଙ୍ଗଲରୁ ହାତୀ ମୃତଦେହ ଉଦ୍ଧାର

(ମହାଭାରତ, ସମ୍ବଲପୁର): ସମ୍ବଲପୁର ଜିଲ୍ଲା ଜୁଜୁମୁରା ଅନ୍ତର୍ଗତ ସଦର ରେଞ୍ଜ ଅଧିନ ବସିଆପଡା ଜଙ୍ଗଲରେ ଏକ ହାତୀ ମରି ପଡିଥିବା ଦେଖାଯାଇଛି । ତେବେ ହାତୀ ମୃତ୍ୟୁର କାରଣ ଏଯାଏ ଅସ୍ପଷ୍ଟ ରହିଛି । ସୂଚନା ଅନୁଯାୟୀ, ବୁଧବାର ସ୍ଥାନୀୟ ଲୋକେ ହାତୀଟିର ମୃତଦେହ ଜଙ୍ଗଲ ଭିତରେ ପଡିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚି ତଦନ୍ତ କରିବା ପରେ ମୃତ ହାତୀର ଶବକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ତେବେ କିଛି ଶିକାରୀ ଭାଲୁ, ବାରହା ଆଦି ବନ୍ୟପ୍ରାଣୀଙ୍କ ଶିକାର ପାଇଁ ବିଛାଇଥିବା ଇଲେକ୍ଟ୍ରି ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନବିଭାଗ କହିଛି ।

Related posts

ବନ୍ଦଘରୁ ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର

mahabharatanews

ଇନସ୍ପେକ୍ଟରଙ୍କୁ ପୁନଃ ତାଲିମ ଦେବାକୁ ଓଏଚଆରସିଙ୍କ ନିର୍ଦ୍ଦେଶ

mahabharatanews

କରୋନା ସଂକ୍ରମଣ ସଚେତନତା ରାଲି

mahabharatanews