ଓଡିଶା

ରାଜଧାନୀରେ ହାତୀ ଉପଦ୍ରଵ,ଭାଙ୍ଗିଲା ପାଚେରୀ

(ଚନ୍ଦ୍ରଶେଖରପୁର) :ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରଵ । ଏଥିରୁ ବାଦ ପଡିନି ରାଜଧାନୀ ଭୁବନେଶ୍ୱରରେ । ଏକ ହାତୀ ପଥରଗାଡ଼ିଆ, ଅଳସୁଆ, ଦାରୁଠେଙ୍ଗ, ଚନ୍ଦକା, କଣ୍ଟାବାଡ଼, ଦଳୁଆ, ଅନ୍ଧାରୁଆ ପ୍ରଭୃତି ଅଞ୍ଚଳରେ ଘୁରି ବୁଲୁଛି। କେଉଁଠି ଫାର୍ମ ହାଉସ୍‌ ତ କେଉଁଠି ଲୋକଙ୍କ ପାଚେରି ଭାଙ୍ଗୁଛି।

ସୂଚନାନୁଯାୟୀ ,  ଭରତପୁର ଜଙ୍ଗଲରେ ଏବେ ହାତୀଙ୍କ ଚଳପ୍ରଚଳ ଜାରି ରହିଛି। ପ୍ରତି ମାସେ କିମ୍ବା ଦୁଇ ମାସ ଅନ୍ତରରେ ଚନ୍ଦକା ଅଭୟାରଣ୍ୟରୁ ହାତୀ ପଲ ବାହାରି ଭରତପୁର ମୁହାଁ ହେଉଥିଲେ। ମାତ୍ର ଗତ କିଛି ମାସ ହେଲା ଏକ ୧୬ ଟିକିଆ ହାତୀ ପଲ ଭରତପୁର ଜଙ୍ଗଲରେ ଡେରା ପକାଇ ରହିଛନ୍ତି। ବର୍ଷାଧିକ ହେଲା ହାତୀଗୁଡ଼ିକ ରହୁଥିବାରୁ ବିଭିନ୍ନ ସମୟରେ ବାହାରକୁ ଆସି ସ୍ଥାନୀୟ ଲୋକଙ୍କୁ ହଇରାଣ  କରୁଛନ୍ତି।

 

Related posts

ବିଜେପିରେ ଆନୁଷ୍ଠାନୀକ ଭାବେ ସାମିଲ ହୋଇଛନ୍ତି ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ

mahabharatanews

ଆଜିଠାରୁ ପୁରୀରେ କିଛି ହୋଟେଲ୍‌ ଖୋଲିବାକୁ ଅନୁମତି

mahabharatanews

ରାଜଧାନୀକୁ ପଶି ଆସିଥିବା ହାତୀକୁ ଟ୍ରାଙ୍କୁଲାଇଜ ପରେ ଚନ୍ଦକା ସ୍ଥାନାନ୍ତର

mahabharatanews