ଓଡିଶା

ଜଣେ ସଂକ୍ରମିତ ୪୦୬ ଜଣଙ୍କୁ ମାସକରେ ସଂକ୍ରମିତ କରିପାରେ

ଭୁବନେଶ୍ବର : ବିଶ୍ୱ ମହାମାରୀ କରୋନା ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଭାରତ ସମେତ ଅଧା ବିଶ୍ୱ ଲକ୍‌ଡାଉନ୍‌ରେ ରହିଛି। ଏହା ସତ୍ତେ୍ୱ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏହାକୁ ନେଇ ଏକ ତଥ୍ୟ ଆଜି ରାଜ୍ୟ ସରକାର ଉପସ୍ଥାପନ କରିଛନ୍ତି। ତଥ୍ୟ ଅନୁସାରେ, ଜଣେ ବ୍ୟକ୍ତି ଯଦି ଲକ୍‌ଡାଉନ୍‌, ହାତ ଧୋଇବା କିମ୍ବା ସାମାଜିକ ଦୂରତ୍ବକୁ ପାଳନ କରୁନାହିଁ ତାହାଲେ ସେ ୫ଦିନରେ ୨.୫ ଜଣ ଲୋକକୁ ସଂକ୍ରମିତ କରିଥାଏ। ଏହି ସଂକ୍ରମିତ ବ୍ୟକ୍ତି ଗୋଟିଏ ମାସରେ ୪୦୬ ଜଣ ବ୍ୟକ୍ତିଙ୍କୁ ସଂକ୍ରମିତ କରି ପାରନ୍ତି। ସଂକ୍ରମିତ ବ୍ୟକ୍ତି ଗୋଟିଏ ମାସର ୧୫ଜଣଙ୍କୁ ସଂକ୍ରମିତ କରିଥାନ୍ତି। ତେବେ ସଂପୃକ୍ତ ସଂକ୍ରମିତ ବ୍ୟକ୍ତି ୭୫ % ଲକ୍‌ଡାଉନ୍‌ ନିୟମକୁ ପାଳନ କଲେ ମାସକରେ ସେମାନଙ୍କ ଠାରୁ ମାତ୍ର ୨.୫ଜଣ ଲୋକ ସଂକ୍ରମିତ ହେବେ ବୋଲି ସୂଚନା ଓ ଲୋକସଂପର୍କ ବିଭାଗର ସଚିବ ସଂଜୟ ସିଂହ ସୂଚନା ଦେଇଛନ୍ତି। ତେଣୁ ଲକ୍‌ଡାଉନ୍ ନିୟମକୁ ମାନିବା ସହିତ ହାତ ଧୋଇବା ଓ ସାମାଜିକ ଦୂରତ୍ବକୁ ବଜାୟ ରଖିବା ଲାଗି ସେ ଅନୁରୋଧ କରିଥିଲେ।

ସେହିପରି ରାଜ୍ୟରେ ଏ ପର୍ୟ୍ୟନ୍ତ ୨୪୪୧ଟି ‌କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୪୨ଟି ପଜିଟିଭ୍ ଚିହ୍ନଟ ହୋଇଛି। ତହିଁରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣେ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି। କରୋନା ସଂକ୍ରମିତଙ୍କ ମଧ୍ୟରେ ରାଜଧାନୀର ୩୪ଜଣ, ଭଦ୍ରକରୁ ୩, କଟକ, ପୁରୀ, କଳାହାଣ୍ଡି, କେନ୍ଦ୍ରାପଡ଼ା ଓ ଯାଜପୁରରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି। କରୋନା ସନ୍ଦିଗ୍ଧରେ ୯୧ଜଣ ବିଭିନ୍ନ ଚିକିତ୍ସାଳୟରେ ପୃଥକବାସରେ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related posts

ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲାର ଅ।।ଇସିଡିଏସ ସୁପରଭାଇଜର

mahabharatanews

ବିଦ୍ୟୁତ ଆଘାତରେ ଜଣେ ମୃତ

mahabharatanews

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି

mahabharatanews