ଓଡିଶା

ଭୁବନେଶ୍ୱରରୁ ୧୨ ନୁଆ କରୋନା ପଜିଟିଭ ଚିହ୍ନଟ

(ମହାଭାରତ/ଭୁବନେଶ୍ୱର): ବୁଧବାର ରାଜ୍ୟରେ ୨୫୧ ନୁଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୨୬ ଜଣ ରହିଥିବା ବେଳେ କେବଳ ଭୁବନେଶ୍ୱରରୁ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୪ ଜଣ ହୋମ କ୍ୱାରେଣ୍ଟାଇନ ଓ ୮ଟି ଲୋକାଲ କେସ ଜଣାପଡିଛି । ଏନେଇ ବିଏମସି ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ତେବେ ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ଟଙ୍କପାଣି ରୋଡ ଅଞ୍ଚଳର ବୋଲି ଜଣାପଡିଛି । ସେମାନେ ପଶ୍ଚିମବଙ୍ଗରୁ ଫେରିଥିବା ଜଣାଯାଇଛି । ଅନ୍ୟ ଦୁଇ ଜଣ ଶୈଳଶ୍ରୀ ବିହାର ଅଞ୍ଚଳର ୨୬ ବର୍ଷୀୟ ଓ ଖଣ୍ଡଗିରିର ଜଣେ ୨୫ ବର୍ଷିୟ ଯୁବକ । ତେବେ ଏହା ବ୍ୟତୀତ ଆଜି ରାଜଧାନୀରେ ୮ଟି ଲୋକାଲ କେସ ମଧ୍ୟ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଡୁମୁଡୁମାରୁ ୨ ଯୁବକ ଓ ଜଣେ ମହିଳା ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ଗଞ୍ଜାମରୁ ଫେରିଥିବା ଜଣାପଡିଛି । ସେହିପରି ଏକ ଘରୋଇ ହସ୍ପିଟାଲର ଜଣେ ୩୩ ବର୍ଷୀୟ ପୁରୁଷ, ନୀଳାଦ୍ରୀ ବିହାର ସେକ୍ଟର-୨ ଅଞ୍ଚଳର ୫୩ ବର୍ଷିୟ ପୁରୁଷ, ଜାଗମରା କ୍ରିଷ୍ଣା ଗାର୍ଡେନ ଅଞ୍ଚଳର ଜଣେ ୩୪ ବର୍ଷିୟ ପୁରୁଷ ଓ ୟୁନିଟ-୨ ଅଞ୍ଚଳର ୩୦ ବର୍ଷିୟ ମହିଳା ଅଛନ୍ତି ।

Related posts

ଲଘୁଚାପ ଅବପାତର ରୂପ ନେଇଛି,୧୨ ଘଣ୍ଟାରେ ସାମୁଦ୍ରିକ ବାତ୍ୟାର ରୂପ ନେବ

mahabharatanews

ସାର ପରିବହନ ପାଇଁ ଟ୍ରକ ମାଲିକ ସଂଘ ଓ କମ୍ପାନୀ ମଧ୍ୟରେ ତେଜୁଛି ବିବାଦ

mahabharatanews

୬୭ କୋରୋନା ଆକ୍ରାନ୍ତଙ୍କ ତଥ୍ୟ ଆସିଲା

mahabharatanews