Uncategorized

ଗଣମାଧ୍ୟମ ରିପୋର୍ଟକୁ ରେଳବାଇର ଖଣ୍ଡନ: ୧୫ରୁ ଚାଲିବ ନାହିଁ ରେଳ

ନୂଆଦିଲ୍ଲୀ: ୨୧ ଦିନିଆ ଲକଡାଉନ୍ ଶେଷ ହେବା ପରେ ଏପ୍ରିଲ୍ ୧୫ ତାରିଖରୁ ପୁଣି ରେଳ ଚଳାଚଳ ପାଇଁ କୌଣସି ବ୍ୟବସ୍ଥା ନାହିଁ ବୋଲି ଅ।।ଜି ଭାରତୀୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଲକଡାଉନ୍ ଉଠିଯିବା ପରେ ପୁଣି ରେଳ ସେବା ଆରମ୍ଭ ହେବ । ଯାତ୍ରୀମାନେ ନୂଆ ଯାତ୍ରା ନୀତି ଅନୁସରଣ କରିବାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଭାରତୀୟ ରେଳବାଇ ଖଣ୍ଡନ କରିଛି ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଟ୍ରେନ୍ ଯାତ୍ରାର ନୂଆ ନିୟମ ଅନୁସାରେ, ଟ୍ରେନ୍ ଛାଡ଼ିବା ନିମନ୍ତେ ନିର୍ଦ୍ଧାରିତ ସମୟର ଚାରି ଘଣ୍ଟା ପୂର୍ବରୁ ଯାତ୍ରୀମାନଙ୍କୁ ଷ୍ଟେସନରେ ପହଞ୍ଚିବାକୁ ପଡ଼ିବ । ଟ୍ରେନ୍ ଚଢ଼ିବା ପୂର୍ବରୁ ସେମାନଙ୍କୁ ଥର୍ମାଲ୍ ସ୍କାନିଙ୍ଗ୍ କରାଯିବ । କିନ୍ତୁ, କେନ୍ଦ୍ର ରେଳ ମନ୍ତ୍ରାଳୟ କିମ୍ବା ଭାରତୀୟ ରେଳବାଇ ଏଭଳି କୌଣସି ମାର୍ଗଦର୍ଶିକା ଜାରି କରିନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ପରିସ୍ଥିତିରେ ରେଳବାଇର ଯାତ୍ରୀମାନଙ୍କ ନିମନ୍ତେ ମାର୍ଗଦର୍ଶିକା ସମ୍ବନ୍ଧରେ କଳ୍ପନାଜଳ୍ପନା କରିବାର ସମୟ ଉପଗତ ହୋଇନାହିଁ । ଭାରତୀୟ ରେଳବାଇ ଏ ବିଷୟରେ ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରିବ । ଗୁଜବ ତଥା ବିଭ୍ରାନ୍ତିକର ରିପୋର୍ଟ ଦ୍ୱାରା ପ୍ରଭାବିତ ନ ହେବାକୁ ବିଭାଗ ପକ୍ଷରୁ କୁହାଯାଇଛି ।

Related posts

ଘରେ ମାସ୍କ ପ୍ରସ୍ତୁତ କରି ପ୍ରେରଣା ପାଲଟିଲେ କେନ୍ଦ୍ର ମନ୍ତ୍ରୀଙ୍କ କନ୍ୟା, ପତ୍ନୀ

mahabharatanews

ଦେଶରେ ୨୪ ଘଣ୍ଟାରେ ୧,୬୮୫ କୋଭିଡ୍ ଆକ୍ରାନ୍ତ ଚିହ୍ନଟ; ୮୩ ଜଣ ମୃତ

mahabharatanews

କିର୍ଗିସ୍ତାନରେ ୩ କରୋନା ଆକ୍ରାନ୍ତ

mahabharatanews