ଓଡିଶା

ଜମି ପାଇଁ ଭାଇ-ଭାଇ ହଣାହଣି

(ମହାଭାରତ, ତେଲକୋଇ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ କୃଷ୍ଣପୁର ଗାଁରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି । ଜମିବାଡିକୁ ନେଇ ପୂର୍ବରୁ ଦୁଇ ଭାଇଙ୍କ ମଧ୍ୟରେ ଲାଗି ରହିଥିବା ଗଣ୍ଡଗୋଳ ଉଗ୍ରରୂପ ନେବା ପରେ ରକ୍ତାକ୍ତ ସଂଘର୍ଷ ହୋଇଛି । ସାନ ଭାଇ ଓ ଭାଇ ବୋହୂର ଟାଙ୍ଗିଆ ଚୋଟରେ ବଡ ଭାଇ ଗୁରୁତର ହୋଇ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, କୃଷ୍ଣପୁର ଗାଁର ଦୁଇ ଭାଇ ଶୁକଦେବ ନାୟକ ଓ ପଦ୍ମଚରଣ ନାୟକଙ୍କ ମଧ୍ୟରେ ଜମିବାଡିକୁ ନେଇ ଦୀର୍ଘଦିନ ଧରି ଗଣ୍ଡଗୋଳ ଲାଗି ରହିଛି । କିଛି ମାସ ତଳେ ପୂୂର୍ବରୁ ଜମି ପାଇଁ ଲାଗି ରହିଥିବା ଝଗଡାକୁ ନେଇ ସାନ ଭାଇଙ୍କ ସ୍ତ୍ରୀକୁ ବଡ ଭାଇ ମାଡ ମାରିଥିଲେ । ଏନେଇ ସାନଭାଇର ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏହାକୁ ଗୁରୁତ୍ୱ ଦେଇନଥିଲା । ଫଳରେ ଦୁଇ ଭାଇଙ୍କ ମଧ୍ୟରେ ଥିବା ଝଗଡା ଆହୁରି ବଢି ଯାଇଥିଲା । ଗତ ମଙ୍ଗଳବାର ବଡ ଭାଇ ଜମି ମାମଲାକୁ ନେଇ ପୁଣି ଥାନାରେ ଅଭିଯୋଗ କରି ଘରକୁ ଫେରିଥିଲେ । ଏହି ସମୟରେ ସାନ ଭାଇ ଓ ତାଙ୍କ ସ୍ତ୍ରୀ ଘର ପାଖରେ ଥିବା ଜଙ୍ଗଲକୁ ଡାକି ନେଇ ଟାଙ୍ଗିଆରେ ଚୋଟ ମାରି ମୁର୍ମୁଷୁ ଅବସ୍ଥାରେ ଛାଡି ଚାଲିଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବଡଭାଇର ଶବକୁ ଜଙ୍ଗଲରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Related posts

ବଡ଼ ଘୋଷଣା : ପିଏମ୍ ସୂର୍ଯ୍ୟଘର ଯୋଜନାରେ ମିଳିବ ୭୮ ହଜାର ସହାୟତା

mahabharatanews

ବନ୍ଧାକୋବି ଚାଷରୁ ମିଳିଲାନି ଲାଭ

mahabharatanews

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୧୪ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୯ଟି ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

mahabharatanews