(ଜୟନ୍ତ କୁମାର ସେଠୀ,ପୁରୀ): ଜାଗା ବାଡ଼ି ଜବରଦଖଲକୁ ନେଇ ଗଣ୍ଡଗୋଳ । ପୁରୀ ଜିଲ୍ଲା ପିପିଲି ଥାନା ସାତସଙ୍ଖର ସିରିଆପୁର ଗାଁରେ ଆଜି ଏଭଳି ଘଟଣା ଘଟିଛି । ଗୋଟିଏ ପରିବାରର ସଂଘବଧ ଆକ୍ରମଣରେ ଅନ୍ୟ ଏକ ପରିବାର ଆହତ ହୋଇଥିବା ପିପିଲି ଥାନାରେ ଅଭିଯୋଗ ହୋଇଛି। ଆହତ ବ୍ୟକ୍ତିମାନେ ହେଲେ ସନ୍ଦିପ ମହାପାତ୍ର, ପଦ୍ମନାଭ ମହାପାତ୍ର, ବିଜୟ କୁମାର ମହାପାତ୍ର ଏବଂ ତାଙ୍କ ପରିବାର ସଦସ୍ୟ । ସନ୍ଦିପ ମହାପାତ୍ରଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି। ଅଭିଯୋଗ ଅନୁଯାୟୀ, ପଦ୍ମନାଭ ମହାପାତ୍ରଙ୍କ ଜାଗା ତାଙ୍କ ପଡ଼ୋଶୀ ରଂଜନ ମହାପାତ୍ରଙ୍କ ପରିବାର ଲୋକ ଜବରଦସ୍ତ ମାଡି ବସିଛନ୍ତି । ଏନେଇ ଅମିନ ଦ୍ୱାରା ଜାଗା ମାପ ହୋଇ ଜାଗା ଚିହ୍ନଟ ହେବା ପରେ ମଧ୍ୟ ରଞ୍ଜନ ମହାପାତ୍ରଙ୍କ ପରିବାର ଲୋକ ଏହାକୁ ଗ୍ରହଣ କରି ନ ଥିଲେ । ସକାଳେ ପଦ୍ମନାଭ ମହାପାତ୍ର ତାଙ୍କ ଜାଗାକୁ ନଡିଆ ତୋଳିବାକୁ ଯାଇ ଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ରଞ୍ଜନ ମହାପାତ୍ର ଓ ତାଙ୍କର ପରିବାର ସଦସ୍ୟ ତାଙ୍କୁ ମାରଣାସ୍ତ୍ରରେ ଅଚାନକ ଆକ୍ରମଣ କରିଥିଲେ । ଫଳରେ ପଦ୍ମନାଭ ମହାପାତ୍ର, ବିଜୟ କୁମାର ମହାପାତ୍ର, ସନ୍ଦିପ ମହାପାତ୍ର ଆହତ ହୋଇଥିଲେ। ତେବେ ପୋଲିସ କ ଅଭିଯୋଗ ସତ୍ତ୍ୱେ କରୋନା ସଂକ୍ରମଣ ଆଳ ଦେଖାଇ ଅଭିଯୁକ୍ତଙ୍କ ବିରୋଧରେ କାର୍ୟ୍ୟନୁଷ୍ଠାନ ନେଉ ନ ଥିବା ଅଭିଯୋଗ ହୋଇଛି।
previous post
next post
