ଖେଳ

ଜାପାନକୁ ପଛରେ ପକାଇଲା ଭାରତ

(ଟୋକିଓ) ; ଆଜି ଦୌଡରାଣୀ ଦୂତୀ ଚାନ୍ଦ ଏବଂ ମହିଳା ତୀରନ୍ଦାଜ ଦୀପିକା କୁମାରୀଙ୍କ ନିରାଶ ଜନକ ପଦର୍ଶନ ପରେ ଭାରତ ପାଇଁ ଆଶା ଦେଖାଇଛି ପୁରୁଷ ହକି ଟିମ୍ । ପୁରୁଷ ହକିରେ ଭାରତର ଦମଦାର ବିଜୟ । ଟୋକିଓ ଅଲିମ୍ପିକର ଅଷ୍ଟମ ଦିନରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଛନ୍ତି। ପିଭି ସିନ୍ଧୁଙ୍କ ପରେ ଭାରତୀୟ ପୁରୁଷ ହକି ଦଳ ମଧ୍ୟ ଜବରଦସ୍ତ ଖେଳି ଅଲିମ୍ପିକରେ ଆୟୋଜକ ଜାପାନକୁ ୫-୩ ଗୋଲରେ ପରାସ୍ତ କରି କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଛି। ଘରୋଇ ପରିବେଶରେ ଭାରତୀୟ ହକି ଖେଳାଳିଙ୍କଠୁ ମାତ୍ ଖାଇଛି ଜାପାନ। ଭାରତ ପକ୍ଷରୁ ସିମରନଜିତ ସିଂହ, ସମଶେର ସିଂହ ଓ ନୀଲକାନ୍ତା ଶର୍ମା ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଛନ୍ତି। ଗୁରଞ୍ଜନ ସିଂହ ୨ ଗୋଲ୍ ଦେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଜାପାନ ପକ୍ଷରୁ ଟନାକା, ଭତନାବେ ଓ ମୁରାଟା କଜୁମା ଗୋଲ୍ ଦେଇଥିଲେ। ଉଲ୍ଲେଖନୀୟ ଅଲିମ୍ପିକରେ ଏହା ଭାରତର କ୍ରମାଗତ ତୃତୀୟ ବିଜୟ। ଅଷ୍ଟ୍ରେଲିଆଠୁ ହାରିବା ପରେ ଭାରତୀୟ ପୁରୁଷ ହକି ଦଳ ସ୍ପେନ, ଆର୍ଜେଣ୍ଟିନା ପରେ ଏବେ ଜାପାନକୁ ମଧ୍ୟ ପରାସ୍ତ କରିଛି। ଜାହା ଆୟୋଜକ ଜାପାନକୁ ଜୋରଦାର ଝଟ୍କା ଲାଗିଛି ।

Related posts

‘ଭିନେଶଙ୍କୁ ମିଳିବ ସବୁ ସମ୍ମାନ’

mahabharatanews

ଚେନ୍ନାଇ ସୁପର କିଙ୍ଗ୍ସକୁ ୪୩ ରନରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

mahabharatanews

ଡେବ୍ୟୁରେ ଟାଇଟଲ ହାତେଇଲା ଗୁଜୁରାଟ ଟାଇଟନ୍ସ,

mahabharatanews