ଓଡିଶାଖେଳ

ଜାତୀୟ ସବ୍ ଜୁନିଅର ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପରେ ଓଡ଼ିଆ ଝିଅଙ୍କ କମାଲ୍

ଜାତୀୟ ସବ୍ ଜୁନିଅର ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପରେ ଓଡ଼ିଆ ଝିଅଙ୍କ କମାଲ୍ । ୧୫ ଓ ୧୭ ବର୍ଷରୁ କମ୍ ବର୍ଗରେ ଚାମ୍ପିଅନ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ତନଭି ପତ୍ରି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ୩୭ତମ ଜାତୀୟ ସବ୍ ଜୁନିଅର ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍ । ୧୫ ବର୍ଷରୁ କମ୍ ବୟସ ବର୍ଗରେ ଫାଇନାଲରେ ତନଭି, ତେଲେଙ୍ଗାନାର ଅବନୀ ବିକ୍ରମ ଗୋବିନ୍ଦଙ୍କୁ ୨୧-୯ ଓ ୨୧-୧୩ ପଏଣ୍ଟରେ ଦୁଇଟି ଗେମ୍‌ରେ ପରାଜୟ କରି ଚାମ୍ପିଅନ ହୋଇଥିଲେ। ଓଡ଼ିଶା ଷ୍ଟେଟ ବ୍ୟାଡମିଣ୍ଟନ ଆସୋସିଏସନ ତରଫରୁ ଚାମ୍ପିଅନ ଖେଳାଳି ତନଭି ପତ୍ରିଙ୍କୁ ପାଞ୍ଚ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବାକୁ ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ସଭାପତି ତଥା ସମବାୟ ସଚିବ ରାଜେଶ ପ୍ରଭାକର ପାଟିଲ ଘୋଷଣା କରିଛନ୍ତି ।

37th national sub junior badminton championship 2025

Related posts

ରାଜ୍ୟରେ ବଢୁଛି ଶୀତ : ୧୫ଡିଗ୍ରୀ ତଳେ ୫ ସହର 

mahabharatanews

ଏକ ତରଫା ପ୍ରେମର ପରିଣତି, ଯୁବକଙ୍କ ଉପରେ ଗରମ ପାଣି ଫିଙ୍ଗିଲେ ଯୁବତୀ

mahabharatanews

ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ଗଜଭୋଗ 

mahabharatanews