Uncategorized

ଜାଲିକାଟ୍ଟୁ ପ୍ରତିଯୋଗିତାରେ ୧ ମୃତ, ୧୫ ଆହତ

(କୋଏମ୍ବାତୁର): ତାମିଲନାଡୁର କୋଏମ୍ବାତୁରରେ ପ୍ରସିଦ୍ଧ ଜାଲିକାଟ୍ଟୁ ପ୍ରତିଯୋଗିତା ଜାରି ରହିଛି । ଷଣ୍ଢମାନଙ୍କୁ କାବୁ କରିବା ପାଇଁ ଅନୁଷ୍ଠିତ ହେଉଥିବା ଏହି ପ୍ରତିଯୋଗିତାରେ ଏଯାଏ ଜଣଙ୍କର ପ୍ରାଣହାନୀ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । କୋଏମ୍ବାତୁରର ଛେଟିପାଲାୟମ ଅଞ୍ଚଳରେ ଚାଲିଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟର ପ୍ରତିଯୋଗିମାନେ ଏଥିରେ ଅଂଶଗହଣ କରିଥାନ୍ତି । ଚଳିତଥର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାର ହଜାର ସଂଖ୍ୟାରେ ଷଣ୍ଢ ଜାଲିକାଟ୍ଟୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ତାମିଲନାଡୁ ସରକାର ଓ ଜାଲିକାଟ୍ଟୁ ପେରାଭାଇ ପକ୍ଷରୁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି । ୨୦୧୪ରେ ଭାରତ ସରକାରଙ୍କ ପ୍ରାଣୀ କଲ୍ୟାଣ ବୋର୍ଡ ପକ୍ଷରୁ ହୋଇଥିବା ଏକ ଆବେଦନର ଶୁଣାଣି କରି ଏହି ପ୍ରତିଯୋଗିତା ଉପରେ ସୁପ୍ରିମକୋର୍ଟ ନିଷେଧାଦେଶ ଲଗାଇଥିଲେ । ଏହାକୁ ବିରୋଧ କରି ତାମିଲନାଡୁରେ ଆନ୍ଦୋଳନ ଜୋର ଧରିବା ପରେ ୨୦୧୭ରେ ଏହି ନିଷେଧାଦେଶ ପ୍ରତ୍ୟାହାର କରାଯାଇଥିଲା ।

Related posts

ହାଇଦ୍ରାବାଦ ଘଟଣାର ପୁନରାବୃତ୍ତି, ଦୁଷ୍କର୍ମ ପରେ ଛାତ୍ରୀଙ୍କୁ ପୋଡି ହତ୍ୟା ଉଦ୍ୟମ

mahabharatanews

ସିଏଏ ବିରୋଧୀ ଅଭିଯାନର ମୁକାବିଲା ପାଇଁ ରାଜ୍ୟ ପ୍ରଭାରୀ ନିଯୁକ୍ତ

mahabharatanews

ତାଲିବାନ ଭାରତ ସହ ବ୍ୟବସାୟିକ ଓ ଆର୍ଥନୀତିକ ସମ୍ପର୍କ ପ୍ରତିଷ୍ଠା କରିବାକୁ ଚାହୁଁଛି

mahabharatanews