ଓଡିଶା

ଜିରୋ ନାଇଟ୍ ଭୋଜିରେ ଯୁବକଙ୍କୁ ପିଟି ହତ୍ୟା

(ମହାଭାରତ, ଭଦ୍ରକ): ନୂଆବର୍ଷ ଆରମ୍ଭରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଳଙ୍ଗା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଜିରୋ ନାଇଟ ଭୋଜିରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଗତ ଡିସେମ୍ବର ୩୧ ତାରିଖ ରାତିରେ ଏହି ଗାଁର ସତ୍ୟବ୍ରତ ଶିଅଳ ଅନ୍ୟ କିଛି ଯୁବକଙ୍କ ସହ ମିଶି ଭୋଜି କରୁଥିଲେ । ଏହି ସମୟରେ କୌଣସି କାରଣରୁ ଅନ୍ୟ ଯୁବକଙ୍କ ସହ ତାଙ୍କର ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଯୁବକମାନେ ତାଙ୍କୁ ଲୁହା ରଡ୍ ଓ ବାଡିରେ ପିଟି ହତ୍ୟା କରିଥିଲେ । ଏହାପରେ ସେମାନେ ତାଙ୍କୁ ସ୍ଥାନୀୟ ୟୁକୋ ବ୍ୟାଙ୍କ ବାରଣ୍ଡାରେ ଫୋପାଡି ପଳାଇଥିଲେ । ଏନେଇ ପରିବାର ଲୋକେ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି ।

Related posts

ଜୁଆ ଆଡ୍ଡା ଉପରେ ହିଂଜିଳି ଥାନାର ଚଢାଉ

mahabharatanews

ମିଳୁନି ପଶ୍ଚିମବଙ୍ଗର ୩୧ଜଣଙ୍କ ପତ୍ତା

mahabharatanews

କାଲିମେଳା ଓଡିଶା ଜୀବିକା ମିଶନ ପ୍ରଶାସନ ପକ୍ଷରୁପ୍ରଶଂସା ସାଉଁଟିଛନ୍ତି

mahabharatanews