ଓଡିଶା

ଜିଲ୍ଲାପାଳଙ୍କ କୁଲିଆତୁଲ ମଦ୍ରାସା ପରିଦର୍ଶନ

କେନ୍ଦ୍ରାପଡା: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଳସିଂହା ପଂଚାୟତର ଥିବା ରାଜ୍ୟର ଏକମାତ୍ର କୁଲିଆତୁଲ ବନାତ ରବେୟା ବସରିଆ ବାଳିକା ମଦ୍ରାସାକୁ ଜିଲ୍ଲାପାଳ ସମର୍ଥ ବର୍ମା ଶୁକ୍ରବାର ପୂର୍ବାହ୍ନରେ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ବର୍ମା ସେଠାରେ ପହଁଚିବା ପରେ ତାଙ୍କୁ ମଦ୍ରାସା ପରିଚାଳନା କମିଟି ଓ ଛାତ୍ରୀମାନଙ୍କ ପକ୍ଷରୁ ପୁଷ୍ପଗୁଛ ଦିଆଯାଇ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ମଦ୍ରାସାର ଛାତ୍ରୀମାନଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ପାଠପଢା ନିମନ୍ତେ ଆବଶ୍ୟକ ଶ୍ରେଣୀଗୃହ, ଚିକିତ୍ସା ସୁବିଧା ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ସେଠାରେ ମୌଲବୀ ଫକିରୁଦ୍ଦିନ , ମସଜିଦ ମୌଲବୀ ଖୁରସିଦ, ମୌଲବୀ ଏବାଦୁର ରହମାନ, ମୌଲବୀ ଗୋଲାପ ମହମ୍ମଦ, ମୁଫତି ମୁସାରଫ, ଅଧ୍ୟକ୍ଷ ସବନମ ବାରୀ, ଉପଦେଷ୍ଟା ସୟଦ ଅକମଲ ଅଲ୍ଲୀ, ସେଖ କଲିମ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

୨୪ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ,  ମତ୍ସ୍ୟଜିବୀଙ୍କୁ ସମୁଦ୍ର ମନା 

mahabharatanews

ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଇଁ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିର ପ୍ରସ୍ତୁତ କଲାଣି ବ୍ଲକ ପ୍ରଶାସନ 

mahabharatanews

୫ଜି ସ୍ପେକ୍ଟ୍ରମ୍ ନିଲାମ: ଚତୁର୍ଥ ଦିନରେ ୧.୪୯ ଲକ୍ଷ କୋଟି ପର୍ୟ୍ୟନ୍ତ ଟେଣ୍ଡର

mahabharatanews