ଓଡିଶାଵାଣିଜ୍ୟ

୫ଜି ସ୍ପେକ୍ଟ୍ରମ୍ ନିଲାମ: ଚତୁର୍ଥ ଦିନରେ ୧.୪୯ ଲକ୍ଷ କୋଟି ପର୍ୟ୍ୟନ୍ତ ଟେଣ୍ଡର

ନୂଆଦିଲ୍ଲୀ: ହାଇ ସ୍ପିଡ୍ ଇଣ୍ଟରନେଟ୍ ସେବା ପାଇବାକୁ ହେଲେ ପଞ୍ଚମ ପୀଢିର ସ୍ପେକ୍ଟ୍ରମକୁ ନିଲାମ କରାଯାଉଛି। ଏହାର ନିଲାମରେ ଭଲ ପ୍ରତିକ୍ରିୟା ମିଳୁଛି। ସେଥିପାଇଁ ଏପର୍ୟ୍ୟନ୍ତ ଆୟୋଜିତ ହୋଇଥିବା ୧୬ ରାଉଣ୍ଡରେ ମୋଟ ୧,୪୯,୬୨୩ କୋଟି ଟଙ୍କା ଟେଣ୍ଡର କରାଯାଇଛି। ଚତୁର୍ଥ ଦିନରେ ଅର୍ଥାତ୍ ଶୁକ୍ରବାର ଦିନ ମଧ୍ୟ ନିଲାମ ଜାରି ରହିଥିଲା। ଜିଓ ଏବଂ ଏୟାରଟେଲ ଉତ୍ତର ପ୍ରଦେଶ ପୂର୍ବ ସର୍କଲରେ ୧,୮୦୦ ମେଗା ହର୍ସ ବ୍ୟାଣ୍ଡରେ ସ୍ପେକ୍ଟ୍ରମ ପ୍ରତି ଆଗ୍ରହ ଦେଖାଇଛନ୍ତି। ବୁଧବାର ଏବଂ ଗୁରୁବାର ଦିନ ସେମାନେ ୫ଜି ସ୍ପେକ୍ଟ୍ରମ ନିଲାମୀରେ କଡା ଟକ୍କର ସମ୍ମୁଖୀନ ହୋଇଥିଲେ। ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ, ସୁନୀଲ ଭାରତୀ ମିତ୍ତଲଙ୍କ ଭାରତୀ ଏୟାରଟେଲ ଏବଂ ଗୌତମ ଆଦାନୀଙ୍କ କମ୍ପାନୀ ତଥା ଭୋଡାଫୋନ୍ ଆଇଡିଆ ମଧ୍ୟ ୫ଜି ସ୍ପେକ୍ଟ୍ରମ ପାଇଁ ଦୌଡରେ ଅଛନ୍ତି।
ମଙ୍ଗଳବାର ଦିନ ବିଡିଂର ପ୍ରଥମ ଦିନରେ ୧.୪୫ ଲକ୍ଷ କୋଟି ଟଙ୍କାର ବିଡ୍ ଚାରି ରାଉଣ୍ଡ ନିଲାମରେ ରଖାଯାଇଛି। ବୁଧବାର ଏବଂ ଗୁରୁବାର ରେଡିଓ ତରଙ୍ଗ ପାଇଁ ଅତିରିକ୍ତ ଚାହିଦା ଆସିଥିଲା। ଶୁକ୍ରବାର ଦିନ ୧୭ ତମ ରାଉଣ୍ଡ ବିଡିଂ ଆରମ୍ଭ ହୋଇଥିଲା। ଗୁରୁବାର ୧୬ ରାଉଣ୍ଡରେ ମୋଟ ୧,୪୯,୬୨୩ କୋଟି ଟଙ୍କା ଗ୍ରହଣ କରାଯାଇଛି। ଅତିକମରେ ୪.୩ ଲକ୍ଷ କୋଟି ଟଙ୍କା ମୂଲ୍ୟର ମୋଟ ୭୨ ଗେଗା ହର୍ଜ ରେଡିଓ ତରଙ୍ଗ ବିଡ୍ ଅଧୀନରେ ରଖାଯାଇଛି। ବିଭିନ୍ନ ନିମ୍ନ (୬୦୦ ମେଗା ହର୍ଜ, ୭୦୦ ମୋଗା ହର୍ଜ, ୮୦୦ ମେଗା ହର୍ଜ, ୯୦୦ ମେଗା ହର୍ଜ, ୧,୮୦୦ ମେଗା ହର୍ଜ, ୨,୧୦୦ ମେଗା ହର୍ଜ, ୨,୩୦୦ ମେଗା ହର୍ଜ), ମଧ୍ୟମ (୩,୩୦୦ ମେଗା ହର୍ଜ) ଏବଂ ଉଚ୍ଚ (୨୬ ଗେଗା ହର୍ଜ) ଫ୍ରିକ୍ୱେନ୍ସି ବ୍ୟାଣ୍ଡରେ ସ୍ପେକ୍ଟ୍ରମ୍ ପାଇଁ ଏହି ନିଲାମ ଚାଲିଛି।

Related posts

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ସାଂସଦ

mahabharatanews

ବାହାନଗା ରେଳ ଦୁର୍ଘଟଣା ,ରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପାଇଁ ଶୋକ ଶୋଭା

mahabharatanews

ଖଳାରେ ପଶି ଧାନ ଖାଇଗଲେ ହାତୀପଲ

mahabharatanews