ଓଡିଶା

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ୟ୍ୟୟ ପ୍ରଶମନ କମିଟି ବୈଠକ

ସୂର୍ଯ୍ୟକାନ୍ତ ବେହେରା/ ମାଲକାନଗିରି: ମାଲାକନଗିରିରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ୟ୍ୟୟ ପ୍ରଶମନ କମିଟି ବୈଠକ ଡିଆରଡିଏ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାସ୍କ ପରିଧାନ ସହ ସାମିଜିକ ଦୂରତା ରକ୍ଷାକରି ନରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ, ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀ, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି, ଜିଲ୍ଲାପାଳ ମନୀଷ ଅଗ୍ରୱାଲ,ଏସପି ରିଶିକେଶ ଡି. ଖାଲାରୀ,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ପ୍ରମୁଖ ମଚାଂଶିନ ରହି ମାଲକାନଗିରି ଜିଲ୍ଲାକୁ ପଙ୍ଗପାଳଙ୍କ ପ୍ରବେଶ ଯେପରି ନ ହେବ ସେଥିପ୍ରତି ସତର୍କ ରହିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏଥିସହ ପ୍ରାକୃତିକ ବିପର୍ୟ୍ୟୟ ପ୍ରଶମନ ପାଇଁ ସମସ୍ତ ଅଧିକାରୀ ଆଶଙ୍କା କରାଯାଉଥିବା ବନ୍ୟା ପ୍ରଭାବିତ ଅଚଂଳ ଗସ୍ତକରି ପ୍ରସ୍ତୁତ ହୋଇ ରହିବା ପାଇଁ ପରାମର୍ଶ ଦିଆଯାଇଛି । ସମସ୍ତ ସରକାରୀ ଅଧିକାରୀ ମାନେ କୋଭିଡ୧୯ ମୁକାବିଲାରେ ଯେପରି ଟିମ ୱାର୍କ କରି ସମସ୍ତ କାମକୁ ସୂଚାରୁ ଭାବେ ତୁଲାଇଥିଲେ ସେହିଭଳି ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ସହଯୋଗ କରନ୍ତୁ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ମାଲକାନଗିରି ଜିଲ୍ଲାରେ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ତାପମାତ୍ରା ୪୩ଡିଗ୍ରୀ ଟପିଗଲାଣି,ଏହାପରେ ଖୁବ ଶିଘ୍ର ପ୍ରାକ୍ ମୌସମୀ ଆସି ଯାଉଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ନଦୀ ଉପକୁଳବର୍ତି ଗ୍ରାମଗୁଡିକରେ ବନ୍ୟାହେବା ଆଶଙ୍କାକୁ ଏଡାଇଦିଆ ଯାଇନପାରେ । ବନ୍ୟାକୁ ଆଖି ଆଗରେ ରଖି ପ୍ରାକ୍ ମୈସମୀ ବନ୍ୟାକୁ କିପରି ମୁକାବିଲା କରା ଯିବ ସେନେଇ ଜିଲ୍ଲା ଓ ସାତଟି ଯାକ ବ୍ଲକସ୍ତରରେ ପ୍ରାକୃତିକ ବିପର୍ୟ୍ୟୟ ପ୍ରଶମନ କମିଟି ଗଠନ ହେବା ସହିତ,ବିଭିନ୍ନ ବନ୍ୟା ଅଚଂଳର ସୁରକ୍ଷିତ ସ୍ଥାନରେ ରିଲିଫ ପାଇଁଚୁଡା,ଡାଉଳ, ଗୁଡ,ମହମବତୀ, ଦିଆସିଲ, ସ୍ୱଚ୍ଛପାନୀୟ ଜଳ, ଦେଶି ଡଙ୍ଗା, ବୋଟ, ପ୍ରସ୍ତୁତ ରଖିବାପାଇଁ ଅଧିକାରୀମାନଙ୍କୁ କୁହା ଯାଇଥିଲା । ଜିଲ୍ଲାରେ ବର୍ଷାହେଲେ ମ୍ୟାଲେରିଆ ଜ୍ୱର ଓ ଝାଡାବାନ୍ତିରେ ଅନେକ ଗ୍ରାମବାସୀ ଆକ୍ରାନ୍ତ ହୋଇଥାନ୍ତି । ତେଣୁ ଏହାର ପ୍ରତିକାର ପାଇଁ ଗାଁଗୁଡିକରେ ଫଗିଙ୍ଗ୍, ଡିଡିଟି ର୍ସ୍ପେ କରିବା ସହ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ଏଏନଏମ ସେଟଂରରେ ଔଷଧ ସାଲାଇନ ଗଛିତ ରଖିବା, ସ୍ୱାସ୍ଥ୍ୟକର୍ମୀ ମାନେ ସଜାଗ ହେବା ପାଇଁ ସିଡିଏମଓଙ୍କୁ କୁହା ଯାଇଛି । ବିଡିଓ ତହସିଲଦାର ମାନଙ୍କୁ ବନ୍ୟାଚଂଳ ଚିହ୍ନଟ କରି ସେଠାରେ ଡଙ୍ଗା, ମଟୋରବୋଟ,ଲାଇଫ ଜାକେଟ,ତାରପଲିନ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ କହିଥିଲେ । ବର୍ଷାହେବା ଆଗରୁ ଗାଁ ଗହଳର ରାସ୍ତାଘାଟ ଗୁଡିକୁ ମରାମତକରିବା ପାଇଁ ଆରଡିବିଭାଗ ଯନ୍ତ୍ରୀ ଙ୍କୁ କୁହା ଯାଇଥିଲା । ଜିଲ୍ଲାରେ ମାଥିଲି ବ୍ଲକରେ ୫ଟି ସ୍ଥାନ,କୋରକୁଣ୍ଡା ବ୍ଲକରେ ଚାରୋଟି ସ୍ଥାନରେ ,କୁଡୁମୁଲୁଗୁମ୍ମା ବ୍ଲକର ଗୋଟିଏ ସ୍ଥାନରେ,ପଡିଆବ୍ଲକର ୧୪ଟି ସ୍ଥାନରେ,ମାଲକାନଗିରି ବ୍ଲକ ୩ଟି ସ୍ଥାନରେ ,କାଲିମେଳା ବ୍ଲକର ୫ଟି ସ୍ଥାନରେ ବନ୍ୟା ହୋଇଥାଏ ବୋଲି ଚିହ୍ନଟକରା ଯାଇଛି । ଏହି ସବୁ ଗ୍ରାମବାସୀଙ୍କୁ ବନ୍ୟା ଦାଉରୁ ରକ୍ଷାକରିବା ଓ ସୁରକ୍ଷା ଦେବା ପାଇଁ ଗତ ବର୍ଷ ୧୭ଟି ସ୍ଥାନରେ ଅସ୍ଥାୟୀ ଆଶ୍ରୟସ୍ଥଳି ଖୋଲା ଯାଇଥିଲା ।

ଚଳିତ ବର୍ଷ ପରିସ୍ଥିତିକୁ ଦେଖି ଅଧିକ ଆଶ୍ରୟସ୍ଥଳି ଦରକାରପଡିଲେ ଖୋଲାଯିବ ବୋଲି ବୈଠକରେ ସ୍ଥିର କରା ଯାଇଛି । ଜିଲ୍ଲାସଦର ମହକୁମା ସହିତ ସମସ୍ତ ବ୍ଲକରେ କଂଟ୍ରୋଲ ରୁମ ଖୋଲା ଯିବା, ଯଥେଷ୍ଟ ସାପକାମୁଡା ଇଜେଂକସନ ଗଛିତ ରଖିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟବିଭାଗକୁ କୁହାଯାଇଛି । ବିଭିନ୍ନ ରାଜ୍ୟରେ ପଙ୍ଗପାଳ ଙ୍କର ପ୍ରବେଶ ହୋଇସାରିଲାଣି, ପଡୋଶୀ ରାଜ୍ୟ ଛତିଶଗଡରେ ପଙ୍ଗପାଳ ପହଁଚି ଯାଇଥିବାରୁ କୌଣସି ସମୟରେ ବି ମାଲକାନଗିରି ଜିଲ୍ଲାକୁ ସେମାନଙ୍କର ପ୍ରବେଶ ହୋଇପାରେ । ସେଥି ନିମନ୍ତେ ସମସ୍ତ ଚାଷୀମାନଙ୍କୁ ଆଗୁଆ ପ୍ରତିକାର ବ୍ୟବସ୍ଥା କରିବା ପାଇଁ କୃଷି ବିଭାଗକୁ ସତର୍କ ରହିବା ପାଇଁ କୁହାଯାଇଛି ।

Related posts

ଆରମ୍ଭ ହେଲା ମତଦାନ, ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ଲକ୍ ହେବ

mahabharatanews

ବିଦ୍ଧିବଧ ଭାବରେ ବିଜେପିରେ ଯୋଗ ଦେଲେ ପ୍ରଭାତ ସିଂହ

mahabharatanews

୨୬ରେ ଦୁଇ ଦିନ ପାଇଁ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ

mahabharatanews