ଓଡିଶା

ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ ବୈଠକ

କେନ୍ଦ୍ରାପଡା: – ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ ବୈଠକ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଶୁକ୍ରବାର ଅପରାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡିଶା ଜୀବିକାମିଶନ ପକ୍ଷରୁ ଜିଲ୍ଲାର ବିଭିନ୍ନ ବ୍ୟାଙ୍କ ଶାଖା ଗୁଡିକୁ ପଠାଯାଇଥିବା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକର ଋଣ ଦରଖାସ୍ତ ଗୁଡିକ ମଧ୍ୟରୁ ୧୭୨୭ ଦରଖାସ୍ତ ପଡିରହିଥିବା ସମ୍ପର୍କରେ ଆଲୋଚନା କରାଯାଇ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସେହିସବୁ ଦରଖାସ୍ତ ଗୁଡିକ ଉପରେ ସଂପୃକ୍ତ ବ୍ୟାଙ୍କ ଶାଖା ଗୁଡିକ ନିଷତି ନେବାକୁ ପରାମର୍ଶ ଦିଆଯାଇଥିଲା । ଏତଦବ୍ୟତିତ ଏହି ବୈଠକରେ କୈାଣସି ପୋଲିସ ଅଧିକାରୀ ଉପସ୍ଥିତ ନଥିବାରୁ ବ୍ୟାଙ୍କ ଗୁଡିକର ସୁରକ୍ଷା ଦୃଷ୍ଟିରୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ବୈଠକରେ ଯୋଗଦେବାକୁ ପ୍ରସ୍ତାବ ଦିଆଯାଇଥିଲା । ପ୍ରତ୍ୟେକ ମାସରେ ପ୍ରତ୍ୟେକ ବ୍ୟାଙ୍କ ଶାଖା ଗୁଡିକୁ ପୋଲିସ ଅଧିକାରୀ ପରିଦର୍ଶନ କରିବା ବ୍ୟବସ୍ଥା ଏହି ଜିଲ୍ଲାରେ କାର୍ଯ୍ୟକାରୀ ହୋଇନଥିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ଅବସରରେ ଜିଲ୍ଲାରେ ସର୍ବାଧିକ ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକୁ ଋଣ ମଞ୍ଜୁର କରିଥିବା ରାଜନଗର ଏସବିଆଇ ଶାଖାର ପରିଚାଳକ ସଞ୍ଜୀବ କୁମାର ଟପୋଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ ନଇନ୍ଦିପୁର ଗ୍ରାମର ଶଶାଙ୍କ ପରିଡାଙ୍କୁ କାନାରା ବ୍ୟାଙ୍କ ବିଚଣା ଶାଖା ପକ୍ଷରୁ ୨୪ଲକ୍ଷ ୯୯ହଜାର ଟଙ୍କାର ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା । ଏହି ବୈଠକରେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ସୁନିଲ ପୁରୋହିତ, ନାବାର୍ଡର ଉନ୍ନୟନ ଅଧିକାରୀ କିଶୋର ଆଚାର୍ଯ୍ୟ, ଜିଲ୍ଲା ମତ୍ସ୍ୟ ଅଧିକାରୀ ମମତା ମହାପାତ୍ର, ସହକାରୀ ଉଦ୍ୟାନକୃଷି ନିର୍ଦେଶକ କନ୍ଦ ଜେନା, ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଆଂଚଳିକ ପ୍ରବନ୍ଧକ ଗୋବିନ୍ଦ ଚନ୍ଦ୍ର ସେଠୀ, ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ସନ୍ତୋଷ ମିଶ୍ର, ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳିକା ସତ୍ୟବାମା ପ୍ରଧାନ ଓ ବିଭିନ୍ନ ବ୍ୟାଙ୍କ ଶାଖାର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Related posts

ସୁରକ୍ଷାକର୍ମୀ – ମାଓବାଦୀ ମୁହାଁମୁହିଁ : ୧୦ ମାଓବାଦୀ ନିପାତ

mahabharatanews

ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା 

mahabharatanews

ବୟାନବାଜି କରିବାକୁ ବିରୋଧ କଲେ ଲାଲୁ

mahabharatanews