ଓଡିଶା

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ ୪ ଗୁରୁତର

(ମହାଭାରତ, ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଝିଙ୍କିରିଆ ଛକ ନିକଟରେ ଏକ ଅଘଟଣ ଘଟିଛି । ଏଠାରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ହୋଇଛନ୍ତି । ମୃତକମାନଙ୍କ ମଧ୍ୟରୁ ଜଣେ ମୋରଡା ଥାନା ସମାଇଡିହି ଗାଁର ହୋଇଥିବା ବେଳେ ଅନ୍ୟ ଜଣକ ରାସଗୋବିନ୍ଦପୁର ଥାନା ଅଧିନ ଚକୁଳିଆ ଗାଁର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ରାସଗୋବିନ୍ଦପୁର ଥାନା ଦେବଷୋଳ ଶିବରାତ୍ରି ମେଳା ଦେଖି ଗୋଟିଏ ବାଇକରେ ସ୍ୱାମୀ-ସ୍ତ୍ରୀ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ ରେ ତିନିଜଣ ଯୁବକ ମେଳା ଦେଖିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଉଭୟ ବାଇକର ଚାଳକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ •ରିଜଣ ଗୁରୁତର ହୋଇଛନ୍ତି । ଖବର ପାଇ ଦୁର୍ଘଟଣାସ୍ଥଳରେ ରାସଗୋବିନ୍ଦପୁର ଅଗ୍ନିଶମ ବିଭାଗର କର୍ମ•ରୀ ପହଞ୍ଚିଥିଲେ । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଇଦିଆଯାଇଛି । ଘଟଣାସ୍ଥଳରେ ମୋରଡ଼ା ପୋଲିସ ପହଞ୍ଚିି ତଦନ୍ତ ଆରମ୍ଭ କରିଛି ।

Related posts

ବ୍ରହ୍ମପୁରରେ ଭୟଙ୍କର ସଡକ ଦୁର୍ଘଟଣା

mahabharatanews

ପୁରୀ ବଡ ଦାଣ୍ଡରେ ଡ୍ରୋନ୍ ମନା

mahabharatanews

ବସିଲା ସର୍ବଦଳୀୟ ବୈଠକ: ନିମନ୍ତ୍ରଣ ସତ୍ବେ ଯୋଗ ଦେଲନି ନବୀନ ପଟ୍ଟନାୟକ, ଅନୁପସ୍ଥିତ ରହିଲା କଂଗ୍ରେସ

mahabharatanews