ଓଡିଶା

ମାଲକାନଗିରି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଆଗରେ ଖୁଲମ ଖୁଲା ମଦ ଦୋକାନ

ମାଲକାନଗିରି: ସରକାରକଙ୍କ ଟିକସ ନିଶାରେ ବିଭିନ୍ନ ସ୍ଥାନରେ ଠିପି ଖୋଲା ମଦ ଦୋକାନ ଖୋଲାଯାଇଛି । ଖୋଲା ଖୋଲି ଭାବେ ମଦ କାରବାର ଯୋଗୁଁ ମଦ୍ୟପ ଓ ଅସାମାଜିକ ତତ୍ୱ ମାନେ ସର୍ବ ସାଧାରଣ ସ୍ଥାନ ବିଦ୍ୟାଳୟ ନିକଟରେ ବିଭିନ୍ନ କାଣ୍ଡ ଘଟାଉଛନ୍ତି । ହେଲେ ଏଥିପ୍ରତି ପ୍ରଶାସନ ଆଦୌ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି । ଦୋକାନ ଭିତରେ ମଦ ପିଇବା ନିୟମ ରହିଥିବା ବେଳେ ଲୋକମାନେ ବେଅ ।ଇନ ଭାବେ ମଦ ନେଇ ସ୍କୁଲ ପରିସରରେ, ରାସ୍ତାରେ କଡରେ ପିଉଛନ୍ତି । ମଦ ଦୋକାନ ନିକଟରେ ୩୦୦ ମିଟର ଦୂରରେ ଦୀପ୍ତି କଂନଭେଟ ସ୍କୁଲ ଥିବାବେଳେ ସେଠାରେ ୫୦୦ ରୁ ଅଧିକ ଛାତ୍ର ଛାତ୍ରୀ ପଢୁଛନ୍ତି । ବଙ୍ଗ ପେଟ୍ରୋଲ ପମ୍ପ ମଧ୍ୟ ରହିଛି । କୋମଳମତି ପିଲା ଓ ଯୁବକଙ୍କ ଉପରେ ଏହା ଖରାପ ପ୍ରଭାବ ପକାଇବାର ସମ୍ବବନା ରହିଛି । ସରକାରୀ ନିୟମ ଅନୁସାରେ ମୁଖ୍ୟ ରାସ୍ତା ଓ ଶିକ୍ଷାନୁଷ୍ଠାନର ୫୦୦ ମିଟର ପ୍ରଯ୍ୟନ୍ତ ମଦ ଦୋକାନ ଲାଗିି ଲାଇସେନ୍ସସ ଦିଅ ।ଯାଇ ପାରିବନାହି । ହେଲେ ଏ ଠାରେ ଲାଇସେନ୍ସସ ଦିଅ ।ଯାଇଛି । ଏନେଇ ଲୋକ ମାନେ ତଦନ୍ତ କରିବାପାଇଁ ଦାବୀ କରିଛନ୍ତି ।

Related posts

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ 

mahabharatanews

କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ସର୍ବ ସାଧାରଣରେ ହତ୍ୟା ଧମକ, ଥାନାରେ ଅଭିଯୋଗ

mahabharatanews

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ ଓସିଏସ ସାକ୍ଷାତକାର ପରୀକ୍ଷା

mahabharatanews