ହାଇଦ୍ରାବାଦ: ଟ୍ରିପିଲ ତଲାକକୁ ତକ୍ରାଳ ବ୍ୟାନ କରିବା ପରେ ତଲାକର ସମ୍ମୁଖୀନ ହୋଇଥିବା ମୁସଲମାନ ମହିଳାଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ଟ୍ରିପିଲ ତଲାକର ୫୦ଟି ମାମଲା ଏବେ ହାଇଦ୍ରାବାଦରେ ରୁଜୁ ହୋଇଛି । ଏହି ଆଇନକୁ ଅବୈଧ ଘୋଷଣା କରାଯିବା ପରେ ସ୍ୱାମୀଙ୍କୁ ଜେଲ ହୋଇଥିବା ବେଳେ ସେମାନଙ୍କ ଜୀବନ ଯନ୍ତ୍ରଣାରେ ଭରି ଯାଇଥିବା ଟ୍ରିପିଲ ତଲାକ ପୀଡିତା କହୁଛନ୍ତି । ୩ଟି ସନ୍ତାନର ଜନନୀ ଜଣେ ମହିଳା କହିଛନ୍ତି, ବର୍ତ୍ତମାନ ସେ ଘରୋଇ ହିଂସା, ରକ୍ଷଣାବେକ୍ଷଣ, ଯୌତୁକ ନିର୍ଯାତନା ଓ ଅନ୍ୟାନ୍ୟ ନିର୍ଯାତନାର ୪ଟି ମାମଲାରେ ପେସି ହୋଇପଡିଛନ୍ତି । ତାଙ୍କ ଜୀବନ କୋର୍ଟ ଚାରିପଟେ କଟୁଛି ବୋଲି ଇଡିଆ ଟୁଡେକୁ ମହିଳା କହିଛନ୍ତି ।
ଏନେଇ ମାମଲା ଗ୍ରେଟର ହାଇଦ୍ରାବାଦ ମହାନଗର ନିଗମ ଲିମିଟେଡରେ ଦାୟର ହୋଇଛି । ତିନି ଜଣ ପୁଲି କମିଶନରଙ୍କୁ ନେଇ ଏହି ବୋର୍ଡର ଗଠନ କରାଯାଇଛି । ତେବେ ଜଣେ ସମାଜସେବୀଙ୍କ ଅନୁଯାୟୀ ମାସରେ ୨ଟି ପରାମର୍ଶ ମାମଲା ଆସୁଥିବା ବେଳେ ୫୦-୬୦ଟି ଟ୍ରିପିଲ ତଲାକ ମାମଲ।। ରୁଜୁ ହେଉଛି । ଏଥିରୁ ଏହାର ଗମ୍ଭୀରତା ସାମ୍ନାକୁ ଆସୁଛି । ତେଣୁ ଲୋକଙ୍କୁ ଟ୍ରିପିଲ ତଲାକ ନ ନେଇ ବ୍ୟକ୍ତିଗତସ୍ତରରେ ସମସ୍ୟାର ସମାଧାନ କରିବା ଆବଶ୍ୟକ । ଟ୍ରିପିଲ ତଲାକ ମାମଲା ରୁଜୁ ହେବା ପରେ ମହିଳା ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି । କାରଣ ସ୍ୱାମୀ ଜେଲରେ ଖାଦ୍ୟ ଓ ବାସ ହାସଲ କରୁଥିବା ବେଳେ ପୀଡିତା ପାଇଁ ଜୀବନଧାରଣ ଦୁଃଶହ ହୋଇ ପଡୁଛି । ତାର ଶାଶୂ ଘରେ ଜାଗା ମିଳୁନାହିଁ । ସେ ନିଜ ପାଇଁ ତଥା ପିଲାଙ୍କ ପ୍ରତିପାଳ ପାଇଁ ଏଣେତେଣେ ଧାଉଛି । ପୁରୁଷଙ୍କୁ ୩ ବର୍ଷ ଜେଲ ଦଣ୍ଡ ହେଉଥବବା ବେଳେ ମହିଳାମାନେ ବହୁ ଯନ୍ତ୍ରଣାମଧ୍ୟରେ ଦିନ ଅତିବାହିତ କରୁଛନ୍ତି । କାରଣ ସ୍ୱାମୀ ଜେଲରେ ଥିବାରୁ ସେମାନଙ୍କୁ କିଏ ମେଣ୍ଟେନାନ୍ସ ଦେବ? ତେଣୁ ଏହି ମାମଲାରେ ସରକାର ଆଗେଇ ଆସି ମହିଳାଙ୍କ ପାଇଁ ସାମାନ୍ୟତମ ବ୍ୟବସ୍ଥା କରିବାର ଆବଶ୍ୟକତା ଥିବ।। ଏକ ଏନଜିଓର ସଦସ୍ୟ ଆସିଫ ହୁସେନ ସୋହେଲ କହିଛନ୍ତି ।
previous post
next post
