ଓଡିଶା

ଜୁଆ ଆଡ୍ଡାରେ ଚଢାଉ, ୧୦ ଗିରଫ

(ମହାଭାରତ, ଆସିକା): ଗଞ୍ଜାମ ଜିଲ୍ଲା ଆସିକାରେ ମଙ୍ଗଳବାର ହୋଲି ଅବସରରେ ବଡ ଧରଣର ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢାଉ କରି ୧୦ ଜଣଙ୍କୁ ଗିରଫ କରିଛି । ଏଠାରେ ଥିବା ଋଷିକୂଲ୍ୟା ନଦୀ ତଟରେ ଏକ ଜୁଆ ଆଡ୍ଡାରେ ବେଧଡକ ଭାବେ ଖେଳ ଚାଲିଥିବା ପୋଲିସକୁ ଖବର ମିଳିଥିଲା । ଆଡ୍ଡା ଉପରେ ଚଢାଉ କରି ପୋଲିସ ୧୦ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ଟଙ୍କା ଓ ମୋଟର ସାଇକେଲ ଜବତ କରିଛି । ସୂଚନା ଅନୁଯାୟୀ, ମଙ୍ଗଳବାର ହୋଲି ଦିନ ଅପରାହ୍ନରେ ଆସିକା ଥାନା ଅନ୍ତର୍ଗତ ସୁବର୍ଣ୍ଣେଶ୍ୱର ମନ୍ଦିର ନିକଟରେ ଏକ ବେଧଡକ ଜୁଆ ଖେଳ ଚାଲିଥିଲା । କୌଣସି ସୂତ୍ରରୁ ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ଏହି ଖବର ପାଇଥିଲେ । ଏହା ପରେ ତାଙ୍କ ନେତୃତ୍ୱରେ ଏକ ଆସିକା ପୋଲିସର ଏକ ଟିମ୍ ଜୁଆ ଆଡ୍ଡା ଉପରେ ଅତର୍କିତ ଭାବେ ଚଢାଉ କରିଥିଲା । କିଛି ଜୁଆଡି ଚମ୍ପଟ ମାରିଥିବା ବେଳେ ପୋଲିସ ୧୦ ଜଣଙ୍କୁ ଆଡ୍ଡାରୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଏହା ସହ ଉକ୍ତ ଜୂଆ ଆଡ୍ଡାରୁ ୧୦ ଟି ବାଇକ୍, ୧୦ଟି ମୋବାଇଲ ଫୋନ ନଗଦ ୧ ଲକ୍ଷ ୪୧ ହଜାର ୪୦୦ ଟଙ୍କା, ତାସ୍ ଓ ଖାଦ୍ୟ ପୁଡିଆ ପୋଲିସ ଜବତ କରିଛି । ହୋଲି ଅବସରରେ ଏହି ଜୁଆଡି ମାନେ ଏଠାରେ ବଡ ଧରଣର ଜୁଆ ଖେଳର ଆୟୋଜନ କରିଥିଲେ ବୋଲି ପୋଲିସ ସୂଚନା ଦେଇଛି । ସମସ୍ତ ଜୁଆଡିଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।

Related posts

ଭାରତୀୟ ମଜଦୁର ସଂଘ କାର୍ଯ୍ୟାଳୟରେ ଶ୍ରମିକଙ୍କ ମିଶ୍ରଣ ପର୍ବ ଅନୁଷ୍ଠିତ

mahabharatanews

ମମତା ଯୋଜନା ସହାୟତା ରାଶି ୨ଗୁଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ

mahabharatanews

ହିଞ୍ଜିଳିରେ ଡାକବାଜି ଯନ୍ତ୍ରରେ ପୋଲିସର ସଚେତନତା

mahabharatanews