ଓଡିଶା

ଫୁଲରେ ହୋଲି ପାଳିଲା ଆଦର୍ଶ ଦୃଷ୍ଟିହୀନ ବିଦ୍ୟାଳୟର

(ମହାଭାରତ, ବ୍ରହ୍ମପୁର): ଭାରତରେ କୋରୋନା ଭୂତାଣୁରେ ବିଭିନ୍ନ ରାଜ୍ୟର ଲୋକେ ଆକ୍ରାନ୍ତ ହୋଇଛନ୍ତି । ସଚେତନ ରହିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବସାଧାରଣରେ ଦଳଗତ ହୋଇ ହୋଲି ନ ଖେଳିବାକୁ କୁହାଯାଇଥିଲା । ଫଳରେ କୋରୋନା ପାଇଁ ଏଥର ବ୍ରହ୍ମପୁର ସହରରେ ହୋଲି ଖେଳ ଫିକା ପଡିଥିଲା । କିନ୍ତୁ ବ୍ରହ୍ମପୁର ଅନ୍ଧପସରା ରୋଡରେ ଥିବା ଆବାସିକ ଆଦର୍ଶ ଦୃଷ୍ଟିହୀନ ବିଦ୍ୟାଳୟର ମଙ୍ଗଳବାର ଏକ ନିଆରା ଢଙ୍ଗରେ ହୋଲି ପାଳନ କରିଛି । ଜିଲ୍ଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲୁସି)ର ଅନୁରୋଧ କ୍ରମେ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରୀମାନେ ଫୁଲରେ ହୋଲି ଖେଳିଛନ୍ତି । ଏହି ବିଦ୍ୟାଳୟର ମୁଖ୍ୟ ଭବାନୀ ଶଙ୍କର ପାଢିଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହି ପିଲାଙ୍କ ସହ ଫୁଲରେ ହୋଲି ପାଳନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରୀମାନଙ୍କୁ ଭୟଙ୍କର କୋରୋନା ଭାଇରସ ବିଷୟରେ ସଚେତନ କରାଯାଇଥିିଲା ।

Related posts

ରାଜ୍ୟରେ କରୋନା ସଂକ୍ରମଣ ବଢିଛି : ୨୨୨ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ସାଇବର ସୁରକ୍ଷା ସଚେତନ କରାଇଲେ ନୟାଗଡ଼ ଏସ ଡ଼ି ପି ଓ

mahabharatanews

ଓଡିଶା ଜୀବିକା ମିଶନ ପକ୍ଷରୁ କୋଭିଡି-୧୯ ଋଣ ପ୍ରଦାନ

mahabharatanews