Accidentଓଡିଶାଦୁର୍ଘଟଣା

ବାଇକକୁ ଧକ୍କା ଦେଲା ବସ ; ଜଣେ ମୃତ, ଜଣେ ଗୁରୁତର

ଗଞ୍ଜାମ ଜିଲ୍ଲା/ ରଜନୀକାନ୍ତ ପାତ୍ର: ବସ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ତନରଡ଼ା ଠାରୁ ନୂଆଗାଁ ମଧ୍ୟ ଭାଗ ସ୍ଥାନରେ। ମୃତକ ଜଣକ ହେଲେ ଗାଙ୍ଗପୁର ଥାନା ବାଲିଭାଗ ଗ୍ରାମର ପ୍ରଦୀପ ଗୌଡ଼(୪୫) ଓ ଆହତ ଜଣଙ୍କ ହେଲେ ଶଶୀ ଭୂଷଣ ଗୌଡ଼ । ସୂଚନାନୁସାରେ , ଦୁହେଁ ବାଇକ ଯୋଗେ ତନରଡ଼ା ନିଜ ସମ୍ପର୍କୀୟଙ୍କ ଘରକୁ ଯାଇ ଫେରୁଥିବା ବେଳେ ଉକ୍ତ ସ୍ଥାନରେ ସାମ୍ନା ପଟୁ ଆସୁଥିବା ଏକ ଯାତ୍ରୀବାହୀ ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଉଭୟେ ରାସ୍ତା ଉପରେ ଛିଟକି ପଡିବାରୁ ପ୍ରଦୀପର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଶଶୀକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ଯୋଗେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଶଶୀର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇ ଥିବା ଜଣାପଡ଼ିଛି।

Related posts

୧ରୁ ୧୫ ଜୁଲାଇ ମଧ୍ୟରେ ହେବ ଦଶମ ଓ ଦ୍ୱାଦଶ ପରୀକ୍ଷା

mahabharatanews

 ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ; ଜଣେ ମାଓବାଦୀ ମୃତ 

mahabharatanews

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା

mahabharatanews