ଓଡିଶା

ଜୁନ ୨୨ ମଧ୍ୟରେ ରଥ ନିର୍ମାଣ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଜୁନ ୨୩ ରେ ଚଳିତ ରଥଯାତ୍ରା ପଡୁଛି । ତେବେ ଏହା ପୂର୍ବରୁ ଅର୍ଥାତ୍ ଜୁନ ୨୨ରେ ରଥ ନିର୍ମାଣ କାମ ସାରିବାକୁ ଓଡ଼ିଶା ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ରଥଯାତ୍ରାକୁ ନେଇ କଟକର ଜନୈକ ବାସିନ୍ଦାଙ୍କ ପକ୍ଷରୁ ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଣ ଦେଇଛନ୍ତି । ଅନ୍ୟ ପକ୍ଷରେ ଶ୍ରୀଜିଉଙ୍କ ରଥ ନିର୍ମାଣ କାମ ତ୍ୱରାନ୍ୱିତ ହୋଇଥିବା ଆଡଭୋକେଟ୍ ଜେନେରାଲ ହାଇକୋର୍ଟଙ୍କୁ ଜଣାଇଛନ୍ତି । ଆସନ୍ତା ମାସ ୨୨ ସୁଦ୍ଧା ନିର୍ମାଣ କାମ ସରିବ ବୋଲି କୋର୍ଟଙ୍କୁ ଜଣାଇଲେ ଏଜି ।

ସେପଟେ, କରୋନା କଟକଣା ଭିତରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାମ ଆଗେଇ ଚାଲିଛି । ପ୍ରଶାସନିକ ବିଧି ବ୍ୟବସ୍ଥା ଅନୁସାରେ ରଥ ନିର୍ମାଣରେ ନିୟୋଜିତ ଥିବା ସେବାୟତ ସଂଗରୋଧରେ ରହିଛନ୍ତି । ତିନୋଟି ଭକ୍ତ ନିବାସରେ ୨୦୫ ଜଣ ସେବାୟତଙ୍କୁ ରଖାଯିବା ସହ ସେମାନଙ୍କର ରହିବା ଖାଇବାର ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ସେହିଭଳି ପ୍ରତିଦିନ ସେବାୟତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଛି । ତେବେ ରଥଯାତ୍ରା ହେବ ନା ନାହିଁ ତାହା ଆଜି ଯାଏଁ ସ୍ପଷ୍ଟ ହୋଇନାହିଁ ।

Related posts

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

mahabharatanews

ପୁଞ୍ଜିପତିଙ୍କୁ ଭେଟିଲେ ମୁଖ୍ୟ ସଚିବ

mahabharatanews

ଓମିକ୍ରନକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି

mahabharatanews