ରାଜନୀତି

ଜୁଲାଇ ୨୨ରେ ଶପଥ ନେବେ ନବନିର୍ବାଚିତ ସାଂସଦ

ନୂଆଦିଲ୍ଲୀ: ପ୍ରାୟ ସାଢେ ତିନି ମାସର ଅନିଶ୍ଚିତତା ପରେ ରାଜ୍ୟସଭାକୁ ନବନିର୍ବାଚିତ ହୋଇ ଯାଇଥିବା ୬୧ ଜଣ ଆସନ୍ତା ଜୁଲାଇ ୨୨ରେ ସାଂସଦ ଭାବେ ଶପଥ ପାଠ କରିବେ । ଏହି ୬୧ ନବନିର୍ବାଚିତଙ୍କ ମଧ୍ୟରେ ଓଡ଼ିଶାର ଚାରି ଜଣ ସୁବାସ ଚନ୍ଦ୍ର ସିଂ, ସୁଜିତ କୁମାର, ମୁଜିବୁଲ୍ଲା ଖାନ (ମୁନା) ଓ ମମତା ମହନ୍ତ ଅଛନ୍ତି । ଏନେଇ ରାଜ୍ୟସଭା ସଚିବାଳୟ ତରଫରୁ ସୂଚନା ଦିଆଯାଇଛି । କରୋନା କଟକଣା ଯୋଗୁଁ ଶପଥ ନେଇ ପାରିନଥିବା ୨୦ଟି ରାଜ୍ୟର ନବନିର୍ବାଚିତ ସାଂସଦଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କିଆ ନାଇଡ଼ୁ ଶପଥପାଠ କରାଇବେ। ତେବେ ରାଜ୍ୟସଭା ଅଧିବେଶନ ସ୍ଥଗିତ ରହିଥିବାରୁ ଅଧ୍ୟକ୍ଷ ଶ୍ରୀ ନାଇଡ଼ୁଙ୍କ ଚ୍ୟାମ୍ବରରେ ଶପଥପାଠ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। କରୋନା କଟକଣାକୁ ଦୃଷ୍ଟିରେ ରଖି ନବନିର୍ବାଚତ ସାଂସଦଙ୍କ ସହ ପରିବାରର ଜଣେ ସଦସ୍ୟଙ୍କୁ ଶପଥ ଗ୍ରହଣ ବେଳେ ଉପସ୍ଥିତ ରହିବାକୁ ଅନୁମତି ଦିଆଯିବ।

Related posts

ଏକନାଥ ସିନେ୍ଧଙ୍କ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ

mahabharatanews

ପଞ୍ଜାବ କଂଗ୍ରେସକୁ ଝଟକା

mahabharatanews

ସୋସିଆଲ ମିଡିଆ ପ୍ରୋଫାଇଲରେ ରଖନ୍ତୁ ତ୍ରିରଙ୍ଗାର ଚିତ୍ର: ପ୍ରଧାନମନ୍ତ୍ରୀ

mahabharatanews