ଅପରାଧଓଡିଶା

ଟଙ୍କା ଲୁଟ ପାଇଁ ଏଟିଏମ ଭାଙ୍ଗିଲେ ଦୁର୍ବୃତ୍ତ

ଜୟନ୍ତ ସେଠୀ/ ଗୋପ: ପୁରୀ ଜିଲ୍ଲା କଣାସ ବ୍ଲକ ଜଙ୍କିଆ ମର୍ଦ୍ଧାପଲ୍ଲୀ ଛକରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମକୁ ଗତକାଲି ବିଳମ୍ବିତ ରାତିରେ ଲୁଟ କରିବାକୁ ଉଦ୍ୟମ ହୋଇଥିଲା । ଏଟିଏମକୁ ଦୁର୍ବୃତ୍ତମାନେ ସମ୍ପୃଣ୍ଣ ଭାବେ ଭାଙ୍ଗି ଦେଇଥିବା ନେଇ କଣାସ ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଲୁଟ ପାଇଁ ଦୁର୍ବୃତ୍ତମାନେ ଏଟିଏମ ମେସିନ, ସିସି କ୍ୟାମେରା ଭାଙ୍ଗିଦେବ।। ସହ ବିଦ୍ୟୁତ ସଂଯୋଗ କଟିଥିବା ଜଣାପଡିଛି । କରୋନା ଭୂତାଣୁ ଯୋଗୁ ଲକଡାଉନ ଘୋଷଣା କରାଯାଇଛି । ବ୍ୟାଙ୍କରେ ଲୋକମାନେ ଭିଡ ନ ଜମାଇବା ପାଇଁ ଓ ଜନସାଧାରଣଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ସବୁ ବ୍ୟାଙ୍କ ଏଟିଏମରେ ଟଙ୍କା ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଏହାର ସୁଯୋଗ ନେଇ କେତେକ ଦୁର୍ବୃତ୍ତ ବ୍ୟାଙ୍କ ଏଟିଏମକୁ ଭାଙ୍ଗି ଟଙ୍କା ଲୁଟ କରିବା ପଇଁ ଯାଇଥିଲେ । ତେବେ ଏଟିଏମରୁ ଟଙ୍କା ଲୁଟ କରିବାରେ ଦୁର୍ବୃତ୍ତମାନେ ସଫଳ ହୋଇଛନ୍ତି କି ନାହିଁ ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି

Related posts

ଚଳିତ ବର୍ଷ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

mahabharatanews

ବାଲୁକା କଳାରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ

mahabharatanews

କଟକର ନୂଆ ଡିସିପି ଭାବେ ଦାୟିତ୍ବ ଗ୍ରହଣ କଲେ ପିନାକ୍ ମିଶ୍ର

mahabharatanews