Uncategorized

ଦିଲ୍ଲୀ-ଲୁଧିଆନା ବିମାନର ୧ ଯାତ୍ରୀ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଏୟାର୍‌ ଇଣ୍ଡିଆର ଦିଲ୍ଲୀ-ଲୁଧିଆନା ବିମାନରେ ଜଣେ ଯାତ୍ରୀ କରୋନା ପଜିଟିଭ୍ ବାହାରିଛନ୍ତି । ଏହା ପରେ ସେହି ବିମାନର ୪୦ଜଣଙ୍କୁ କ୍ବାରେଣ୍ଟିନ୍‌ରେ ରଖାଯାଇଛି। ଏୟାର୍ ଇଣ୍ଡିଆର ବିମାନରେ ସମୁଦାୟ ୩୬ଜଣ ଯାତ୍ରୀ ଓ ୪ଜଣ ବିମାନ କର୍ମକର୍ତ୍ତା ରହିଥିଲେ। ପଞ୍ଜାବ ସରକାରଙ୍କ ନିୟମ ଅନୁସାରେ ସମସ୍ତଙ୍କୁ ସରକାରୀ କ୍ବାରେଣ୍ଟିନ୍‌ରେ ରଖାଯାଇଛି। ଏସମ୍ପର୍କରେ ଏୟାର୍ ଇଣ୍ଡିଆ କହିଛି, ଆଲିଏନ୍ସ ଏୟାର୍‌ର ନିରାପତ୍ତା ବିଭାଗରେ କାର୍ୟ୍ୟରତ ସମ୍ପୃକ୍ତ ଯାତ୍ରୀଜଣକ ପେଡ୍ ଟିକେଟ୍‌ରେ ଯାତ୍ରା କରୁଥିଲେ। ପଞ୍ଜାବ ସରକାରଙ୍କ ନିୟମାନୁସାରେ ୩୬ ଜଣ ଯାତ୍ରୀ ଏବଂ ୪ ଜଣ ବିମାନ କର୍ମଚାରୀଙ୍କୁ ସରକାରୀ କ୍ବାରେଣ୍ଟିନ୍‌ରେ ରଖାଯାଇଛି।

Related posts

ସେନଗରଙ୍କ ବିଧାନସଭା ସଦସ୍ୟତା ଶେଷ

mahabharatanews

ଭେଜ ଫ୍ରାଏଡ ଏଗ

mahabharatanews

ଏମିତି କିଛି ଗାଁ, ଯେଉଁଠି ହୋଲି ଖେଳିବା ମନା

mahabharatanews