(ମହାଭାରତ, ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ବୁରୁପୋଡା ଠାରେ ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ ଅଭିଯୋଗରେ ପୋଲିସ ୩ ଜଣ ଯୁବକଙ୍କୁ ଗିରଫ କରିଛି । ଡ୍ରାଇଭର ଜଣକ ଇ. ଜନାର୍ଦ୍ଦନ ରେଡ୍ଡୀ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତ ରବିବାର ରାତି ୮ଟାରେ ହିଞ୍ଜିିଳି ଥାନା ବୁରୁପୋଡା ଠାରେ ଆନ୍ଧ୍ରପ୍ରଦେଶରୁ ଏକ ଟ୍ରକ ଆସି ପନିପରିବା ଲୋଡିଂ କରୁଥିଲେ । ଏହି ସମୟରେ ଏକ ବାଇକ୍ରେ ୩ ଜଣ ମୁଖାଧାରୀ ଯୁବକ ଆସି ଉକ୍ତ ଡ୍ରାଇଭରଙ୍କୁ ଆକ୍ରମଣ କରିଥିଲେ । ଯୁବକମାନେ ଡ୍ରାଇଭରଙ୍କ ସହ ଧସ୍ତାଧସ୍ତି ହେବା ଫଳରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବାରୁ ସେମାନେ ଫେରାର ହୋଇଥିଲେ । କିନ୍ତୁ ଯୁବକମାନେ ତାଙ୍କ ଠାରୁ ମୋବାଇଲ ଓ ୫ ହଜାର ଟଙ୍କା ଛଡାଇ ନେଇଥିଲେ । ଏହାପରେ ସେହି ଦିନ ଡ୍ରାଇଭର ଜଣକ ପୋଲିସ ନିକଟରେ ଅଭି÷÷ଯାଗ କରିଥିଲେ । ଏହାକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ପରେ ତିନି ଜଣ ଯୁବକଙ୍କୁ ଗିରଫ କରି ଥାନାରେ ଅଟକ ରଖି ପଚରାଉଚରା କରିଥିଲା । ଯୁବକମାନେ ସେମାନଙ୍କ ଦୋଷ ସ୍ୱୀକାର କରିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
previous post
next post
