ଅପରାଧ

ସମ୍ବଲପୁର ଗଣ ଦୁଷ୍କର୍ମ: ଗିରଫ ହେଲେ ୨ଅଭିଯୁକ୍ତ

(ପ୍ରିୟଦର୍ଶନୀ ସ୍ୱାଇଁ/ମହାଭାରତ): ହାଇଦ୍ରାବାଦ ମହିଳା ଡ଼ାକ୍ତର ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ଜଣ ଦୁଷ୍କର୍ମକାରୀଙ୍କୁ ପୋଲିସ ଏନକାଉଣ୍ଟର କରିବା ପରେ ମଧ୍ୟ ଦେଶରେ ଦୁଷ୍କର୍ମ ଥମିବାର ନାଁ ନେଉନି । ଆଉ ଏଥିରୁ ବାଦ ପଡ଼ୁନି ଓଡ଼ିଶା । ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଡ଼େଙ୍ଗସରଗି ଅଞ୍ଚଳର କିଛି ଦିନ ପୁର୍ବରୁ ହୋଇଥିବା ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ମାମଲାରେ ଆଉ ଦୁଇ ନାବାଳକଙ୍କୁ ଗିରଫ କରିଛି ପୋଲିସ । ଆଦିବାସୀ ମହିଳାଙ୍କୁ ୬ରୁ ଅଧିକ ଯୌନ ପିଶାଚ ଗଣଦୁଷ୍କର୍ମ କରିଥିବା ଜଣାପଡ଼ିଛି । ପୂର୍ବରୁ ୪ଜଣ ଦୁଷ୍କର୍ମକାରୀଙ୍କୁ ପୋଲିସ ଗିରଫ କରିଥିଲା । ତେବେ ଆଜି ଆଉ ଦୁଇ ନାବାଳକଙ୍କୁ ଗିରଫ କରିଛି ପୋଲିସ । ଆଉଦୁଇ ଜଣ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି ।

ସୂଚନାନୁଯାୟୀ, କିଛି ଦିନ ପୂର୍ବରୁ ବିବାହିତା ଆଦିବାସୀ ମହିଳା ଜଣଙ୍କୁ ୬ରୁ ଅଧିକ ଗଣ ଦୁଷ୍କର୍ମ କରିଥିଲେ । ମୁମୁର୍ଷୂ ଅବସ୍ଥାରେ ତାଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ବୁର୍ଲାରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ମାଙ୍କ ସୁରକ୍ଷା ପାଇଁ ତାଙ୍କର ପୁଅ (୧୦ ବର୍ଷର )ମଙ୍ଗଳବାର ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ ଙ୍କ ପାଖରେ ନ୍ୟାୟ ଭିକ୍ଷା କରିଛି । ସେପଟେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳୁ ବୋଲି ଶ୍ୱଶୂର ଦାବି କରିଛନ୍ତି ଏବଂ ଛୁଆଙ୍କ ପଢ଼ାପଢ଼ି ଉପରେ କୌଣସି ପ୍ରଭାବ ନ ପଡ଼ୁ ବୋଲି ପ୍ରଶାସନକୁ ଦୃଷ୍ଟି ଦେବାକୁ କହିଛନ୍ତି । ।

Related posts

ସେବାୟତ ବେଶରେ ଭଣ୍ଡ: ସିଂହଦ୍ୱାର ଥାନାରେ ଅଟକ

mahabharatanews

କ୍ଷୀର ବ୍ୟବସାୟୀଙ୍କୁ ହତ୍ୟା ସନ୍ଦେହ

mahabharatanews

ବେଆଇନ କଫ ସିରପ ବିକ୍ରି ଖବର ପ୍ରସାରଣ ପରେ ସାମ୍ବାଦିକଙ୍କୁ ହତ୍ୟା ଧମକ

mahabharatanews

Leave a Comment