ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ଛକଠାରେ ଏକ ଯାତ୍ରୀ ବସ ଓ ଟ୍ରକ ମଧ୍ୟରେ ଶୁକ୍ରବାର ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୭ ଜଣ ଯାତ୍ରୀ ଅ।ହତ ହୋଇଛନ୍ତି । ଅ।ହତମାନଙ୍କ ମଧ୍ୟରେ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି । ଅନ୍ୟମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି ।
ସୂଚନା ଅନୁସାରେ ୧୬ ନମ୍ବର ଜାତୀୟ ରାଜପଥର ବନ୍ତ ଛକଠାରେ ଯାତ୍ରୀ ବସ ସହିତ ଏକ ଦ୍ରୁତଗାମୀ ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା । ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ବସଟି ଭଦ୍ରକ ଜିଲ୍ଲାର ଧାମନଗରରୁ ଉର୍ସ ପର୍ବ ସାରି ବାସୁଦେବପୁର ଅଭିମୁଖେ ଫେରୁଥିଲା । ବନ୍ତ ଛକଠାରେ ଉଭୟ ବସ ଓ ଟ୍ରକ ମୁହାଁମୁହିଁ ହୋଇଥିଲା । ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳ ୨୭ ଜଣ ଯାତ୍ରୀ ଅ।ହତ ହୋଇଥିଲେ ।
ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଁ୍ଚିଥିଲା । ସ୍ଥାନୀୟ ଲୋକଙ୍କର ସହାୟତାରେ ଅ।ହତମାନଙ୍କୁ ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଅ।ହତମାନଙ୍କୁ ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବିଭାଗ ମଧ୍ୟ ଲାଗିଥିବା ବେଳେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ହସ୍ପିଟାଲକୁ ପହଞ୍ଚିଥିଲେ । ଦୁର୍ଘଟଣା ପରେ ବହୁ ସମୟ ଧରି ଜାତୀୟ ରାଜପଥରେ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା ।
