ଓଡିଶା

ଅଙ୍ଗନୱାଡି କେନ୍ଦ୍ର ଉଦ୍ଘାଟିତ

ଗୋପ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବେଣାକେରା ଗ୍ରାମରେ ନିର୍ମିତ ଅଙ୍ଗଡ଼ୱାଡି କେନ୍ଦ୍ର, ମା ଡୁଗୁରେଇ ମନ୍ଦିର, ମା କ୍ଷେତ୍ରପାଳି ରାସ୍ତା ସହିତ ବେଣାକେରା ଗ୍ରାମ କୋଠଘରକୁ ବିଧାୟକ ଉମାକାନ୍ତ ସାମନ୍ତରାୟ ଉଦଘାଟନ କରିଛନ୍ତି । ଗ୍ରାମବାସୀଙ୍କ ଅ।ଗ୍ରହ ଓ ସମୁହିକ ସଂଗଠନ ଦେଖି ବିଧାୟକ ଉକ୍ତ ପଞ୍ଚାୟତରେ ରହିଥିବା ବାକି କାମ ଶିଘ୍ର କରାଯିବ ବୋଲି ଘୋଷଣା କରିବା ସହ ଗ୍ରାମରେ ମତଭେଦ ନ ରଖି ଏକ ହୋଇ କାର୍ଯ୍ୟ କରିବାକୁ ବିଧାୟକ ଯୁବକମାନଙ୍କୁ ନିବଦେନ କରିଥିଲେ । ଏହି ଉଦଘାଟନ ଉତ୍ସବରେ ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ ଅଧ୍ୟକ୍ଷତା କରିଥିଲେ । ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ, ସରପଞ୍ଚ ଦୁଷ୍ମନ୍ତ ପ୍ରଧାନଙ୍କ ସହିତ ବିଧାୟକଙ୍କ ପ୍ରତିନିଧି ସୁନୀଲ କୁମାର ପଣ୍ଡା, ସମାଜିକକର୍ମୀ ରାମଚନ୍ଦ୍ର ମହାନ୍ତି, ଶଙ୍କର ପ୍ରଧାନ ଅତିଥି ଭାବେ ଯୋଗଦେଇଥିଲେ । ପ୍ରଶାନ୍ତ କୁମାର ରାଉତରାୟ, ମନ ମନମୋହନ ମହାପାତ୍ର, ପ୍ରକାଶ ମହାପାତ୍ର, ସିକନ ମହାପାତ୍ରଙ୍କ ସହିତ ପଞ୍ଚାୟତର ବିଭିନ୍ନ ଗ୍ରାମର ମହିଳା ସଂଗଠନ ଓ ଗ୍ରାମର ମୁରବି ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

Related posts

ଇଣ୍ଡିଆ ଵୁକ ଅଫ ରେକର୍ଡରେ ସ୍ଥାନ ପାଇଛି ୫୦ ଫୁଟ ଲମ୍ବର ହକି ଵିଶ୍ଵ କପ ଟ୍ରଫି

mahabharatanews

ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଦେଶରେ ପ୍ରଶଂସନୀୟ, ପୁରସ୍କାର ଦେଲେ ପ୍ରଧାନମନ୍ତ୍ରୀ

mahabharatanews

୨୦୨୫ ସୁଦ୍ଧା ୧୨୮୦ ନୂଆ ଚେକଡ୍ୟାମ ନିର୍ମାଣ

mahabharatanews