Uncategorized

ଟ୍ରମ୍ପଙ୍କ ଗସ୍ତକୁ ନେଇ କଂଗ୍ରେସର ପ୍ରଶ୍ନ, କାହା ନିମନ୍ତ୍ରଣରେ ଟ୍ରମ୍ପ ଭାରତ ଆସୁଛନ୍ତି

ମହାଭାରତ, ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ ୨୪ରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଥିବାକୁ ନେଇ ଉତ୍ସାହିତ ରହିଛନ୍ତି । କିନ୍ତୁ ଟ୍ରମ୍ପଙ୍କ ଗସ୍ତକୁ ନେଇ କଂଗ୍ରେସ ତରଫରୁ ପ୍ରଶ୍ନ କରାଯାଇଛି କି, କାହା ନିମନ୍ତ୍ରଣରେ ରାଷ୍ଟ୍ରପତି ଭାରତ ଆସୁଛନ୍ତି । ଅହମଦାବାଦରେ ହେଉଥିବା କାର୍ଯ୍ୟକ୍ରମ କୌଣସି ଘରୋଇ ସଂସ୍ଥା ଦ୍ୱାରା ଆୟୋଜିତ ହେଉଥିବା ବିଦେଶ ମନ୍ତ୍ରଣାଳୟର ଏକ ବୟାନକୁ ନେଇ କଂଂଗ୍ରେସ ନେତା ରଣଦୀପ ସୁରଜେୱାଲା ଏପରି ପ୍ରଶ୍ନ କରିଛନ୍ତି ।
କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜେୱାଲା କହିଛନ୍ତି, ନାଗରିକ ଅଭିନନ୍ଦନ ସମିତି କିଏ, ଏହାର ସଦସ୍ୟ କିଏ?ଯଦି ଗୋଟିଏ ଘରୋଇ ସଂସ୍ଥାର ନିମନ୍ତ୍ରଣରେ ଟ୍ରମ୍ପ ଆସୁଛନ୍ତି, ତେବେ ଗୁଜୁରାଟ ସରକାର କାହିଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି? ସେ ଆହୁରି ପ୍ରଶ୍ନ କରିଛନ୍ତି, ମୋଦି ସରକାରକୁ ଜବାବ ଦେବା ଆବଶ୍ୟକ, ଟ୍ରମ୍ପଙ୍କୁ ଅହମଦାବାଦ କାର୍ଯ୍ୟକ୍ରମକୁ କିଏ ନିମନ୍ତ୍ରଣ କରିଛି? କାରଣ ଆମେରିକା ରାଷ୍ଟ୍ରପତି କହୁଛନ୍ତି, ତାଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିମନ୍ତ୍ରଣ କରିଛନ୍ତି । କିନ୍ତୁ ବିଦେଶ ମନ୍ତ୍ରଣାଳୟ କହିଛନ୍ତି, ଅହମଦାବାଦରେ କୌଣସି ସରକାରୀ କାର୍ଯ୍ୟକ୍ରମ ନାହିଁ । କଂଗ୍ରେସ ନେତା ନିଜ ଟୁଇଟରରେ ଦାବି କରିଛି, ଗୁଜୁରାଟ ସରକାର ତିନି ଘଣ୍ଟାର ଇଭେଣ୍ଟ ପାଇଁ ୧୨୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବିଦେଶ ନୀତି ଏକ ଗମ୍ଭୀର ବିଷୟ । ଏହା କୌଣସି କାର୍ଯ୍ୟକ୍ରମ ପରିଚାଳନାର ଅଂଶ ନୁହେଁ ।
ସୂଚନାଯୋଗ୍ୟ, ଅହମଦାବ।।ଦରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାଗତରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଦୁନିଆର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମରେ ହେବାକୁ ଥିବା ଆୟୋଜନରେ ଏକ ଲକ୍ଷରୁ ଅଧିକ ଲୋକଙ୍କ ସମ।।ବେଶ ହେବ । ଗୁରୁବାରକୁ ବିଦେଶ ମନ୍ତ୍ରଣାଳୟର ସାପ୍ତାହିତ ପ୍ରେସ ବିବୃତ୍ତିରେ ରବିଶ କୁମାର କହିଥିଲେ, ଅହମଦାବାଦର ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ କାହାକୁ ଡକାଯିବ, ଏହାର ନିଷ୍ପତ୍ତି ବିଦେଶ ମନ୍ତ୍ରଣାଳୟ ନେଇନାହିଁ । ରବିଶ କୁମାରଙ୍କ ମୁତାବକ, ଏହି କାର୍ଯ୍ୟକ୍ରମର ଆୟୋଜନ ଡୋନାଲ୍ଡ ଟ୍ରମ୍ପ ଅଭିନନ୍ଦନ ସମିତି ଦ୍ୱାରା ଆୟୋଜନ କର।।ଯାଇଛି । ଏପରି ସ୍ଥଳେ କାର୍ଯ୍ୟକ୍ରମକୁ କାହାକୁ ଡକାଯିବି କି ନାହିଁ ଏହା ସେମାନଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ।

Related posts

ଉତ୍ତରପ୍ରଦେଶରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା

mahabharatanews

ଚନ୍ଦ୍ରଶେଖରଙ୍କ ଜାମିନ ସ୍ଥଗିତ

mahabharatanews

୨୯ରେ କେଦାରନାଥ କବାଟ ଖୋଲିବ

mahabharatanews