ଓଡିଶା

ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

(ମହାଭାରତ, ନୂଆପଡା): ନୂଆପଡା ଜିଲ୍ଲା ବୋଡେନ ଥାନା ମାକରବିର୍ଲି ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ଉକ୍ତ ଡ୍ରାଇଭର ଜଣକ ବୋଡେନ ଥାନା ଅନ୍ତର୍ଗତ ଅଁଲାବାହାଲ ଗାଁର ବାସିନ୍ଦା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଉକ୍ତ ଡ୍ରାଇଭର ସୋମବାର ସକାଳେ କୌଣସି କାମରେ ଟ୍ରାକ୍ଟର ନେଇ ମାକରବିର୍ଲି ଯାଇଥିଲେ । କିନ୍ତୁ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ସେଠାରେ ଥିବା ଏକ ଜମିରେ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ଡ୍ରାଇଭର ଜଣକ ପ୍ରାଣ ହରାଇଥିଲେ । ସେ ଏହି ଟ୍ରାକ୍ଟରର ମାଲିକ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି । ପୋଲିସ ତାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Related posts

ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଆଇଏନଟିୟୁସିର ଦେଶ ବ୍ୟାପି ଆନ୍ଦୋଳନ ଡାକରା

mahabharatanews

ସମର୍ପିତ ଓଡିଶା, ସେବା ଫାଉଣ୍ଡେସନ ଓ କମିଶନରେଟ ପୋଲିସ ପକ୍ଷରୁ ରକ୍ତଦାନ ଶିବିର

mahabharatanews

ଏପର୍ଯ୍ୟନ୍ତ ଚାଷୀଙ୍କୁ ୧୦ ହଜାର କୋଟି ଦିଆସରିଛି: ଯୋଗାଣ ମନ୍ତ୍ରୀ

mahabharatanews