(ମହାଭାରତ, ପାଟଣା): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡେଣୁଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଏକ ଟ୍ରାକ୍ଟର ଚକା ତଳେ ଚାପି ହୋଇ ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତକ ଜଣକ ଏହି ଗାଁର ଶଶୀଧର ମୁଣ୍ଡାଙ୍କ ପୁଅ ଭୀମସେନ ମୁଣ୍ଡା ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ନାବାଳକ ଜଣକ ନବମ ଶ୍ରେଣୀର ଛାତ୍ର । ସେ ଶ୍ରମିକ ଭାବେ କାମ କରୁଥିଲେ । ଶୁକ୍ରବାର ସନ୍ଧ୍ୟାରେ କାମ ସାରି ଉକ୍ତ ଟ୍ରାକ୍ଟର ଡାଲାରେ ବସି ଶ୍ରମିକମାନଙ୍କ ସହ ଘରକୁ ଫେରୁଥିଲେ । ଏହି ସମୟରେ ଅସାବଧାନତା ଯୋଗୁଁ ସେ ଡାଲାରୁ ଖସି ପଡିଥିଲେ । ଫଳରେ ଗାଡି ଚକା ତଳେ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଗାଡି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଖବର ପାଇ ତୁରୁମୁଙ୍ଗା ଥାନାଧିକାରୀ ସେଠାରେ ପହଞ୍ଚି ନାବାଳକଙ୍କ ମୃତଦେହକୁ ଜବତ କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
previous post
next post