ଓଡିଶା

ଟ୍ରାକ୍ଟର ଦୁର୍ଘଟଣାରେ ମହିଳା ମୃତ୍ୟୁ

ମାଲକାନଗିରି: ଜିଲ୍ଲାର ମାଲକାନଗିରି ବ୍ଲକ ଅନ୍ତର୍ଗତ ତଣ୍ଡାପଲ୍ଲୀ ପଞ୍ଚାୟତରେ ଏକ ଶଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃ୍ତ୍ୟୁ ହୋଇଥିଲା । ମୃତକ ମହିଳା ହେଲେ ଏମଭି ୪୬ ଗ୍ରାମର ମଇନା ଦାସ ।

ସୂଚନା ଅନୁଯାୟୀ, ଏମଭି ୪୬ ଗ୍ରାମର ନିମାଇ ଦାସ ଓ ତାଙ୍କ ସ୍ତ୍ରୀ ମଇନା ଦାସ ବାସ କରନ୍ତି । ଗତକାଲି ଅପରାହ୍ନ ୩ ଘଟିକା ସମୟରେ ମଇନା ରାସ୍ତା ପାର କରୁଥିବା ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରାକଟର ମଇନା ଦାସଙ୍କୁ ଧକା ଦେଇଥିଲା ଫଳରେ ସେ ତଳେ ପଡିଯାଇଥିଲେ । ଏହା ଦେଖି ଗ୍ରାମବାସୀ ମାନେ ତୁରନ୍ତ ତାଙ୍କୁ ମାଲକାନଗିରି ମୁଖ୍ୟ ଡାକ୍ତରଖାନ ନେଇଯାଇଥିଲେ । କିନ୍ତୁ ସେଠାରେ ପ୍ରବଳ ରକ୍ତପାତ ହେବାରୁ ତାଙ୍କର ମୃତ୍ୟ ଘଟିଥିଲା । ଘଟଣାସ୍ଥଳରେ ମାଲକାନଗିରି ପୋଲିସ ପହଞ୍ଚି ମୃତ ଦେହକୁ ଠାବ କରି ଶବ ବ୍ୟବଛଦ ପାଇଁ ପଠାଇଛନ୍ତି ଓ ତଦନ୍ତ ଆରମ୍ଭ କରିଛନ୍ତି ।

Related posts

ଓଡିଶାରେ ପୁଣି ୧୦ଟି ମେଡିକାଲ କଲେଜ ନିର୍ମାଣ ହେବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

mahabharatanews

ରାଜ୍ୟରେ ୪୮ ନୂତନ ପଜିଟିଭ ସହ ମୋଟ ସଂଖ୍ୟା ୮୭୬ରେ ପହଞ୍ଚିଲା

mahabharatanews

ଆସୁଛନ୍ତି ମା’ ଦକ୍ଷିଣକାଳୀ; ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଭୂମିକା

mahabharatanews

Leave a Comment